pakka

କୋଷାଗୁମୁଡ଼ା ବ୍ଲକର ବିଭିନ ଗ୍ରାମରେ ସାର୍ବଜନୀନ ଦୁର୍ଗାପୂଜା ଅନୁଷ୍ଠିତ

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : କୋଷାଗୁମୁଡ଼ା ବ୍ଲକର ବିଭିନ୍ନ ଗ୍ରାମରେ ସାର୍ବଜନୀନ ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି । ଆଜି ବିଜୟା ଦଶମୀ । ସମଗ୍ର ଭାରତ ବର୍ଷରେ ପାଳିତ ହେଉଥିବା ଏକ ମହାପାର୍ବଣ ଦଶହରା । ପ୍ରତ୍ୟେକ ହିନ୍ଦୁ ପର୍ବପର୍ବାଣି ପାଳନ ପଛରେ କିଛି ନା କିଛି ପୌରାଣିକ ଆଖ୍ୟାନ ରହିଛି । ପୁରାଣରେ ବର୍ଣ୍ଣିତ ଯେ, ଏହି ଦିନ ଦେବୀ ଦୁର୍ଗା ମହିଷାସୁର ରାକ୍ଷସର ବଦ୍ଧ କରିଥିଲେ । ଯେତେ ବେଳେ ତ୍ରିଭୂବନ ଶକ୍ତିଶାଳୀ ମହିଷାସୁରର ଅତ୍ୟାଚାରରେ ଅତିଷ୍ଠ ହୋଇ ଉଠିଥିଲା, ସେହି ସମୟରେ ଦେବତାମାନେ ଦୁର୍ଗାଙ୍କୁ ଆବାହନ କରିଥିଲେ । ଦେବୀ ଦୁର୍ଗା ସିଂହବାହିନୀ ସାଜି ମହିଷାସୁରକୁ ବଦ୍ଧ କରିଥିଲେ । ଆଶ୍ୱୀନ ଶୁକ୍ଳପକ୍ଷ ଅଷ୍ଟମୀ ଓ ନବମୀ ସନ୍ଧିକ୍ଷଣରେ ଦେବୀ ଦୁର୍ଗା ମହିଷାସୁରକୁ ନିପାତ କରିଥିବାରୁ ଏହି ସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାଯାଏ । ଦଶହରା ପୂଜା ମହାଆଡମ୍ବରରେ ପାଳିତ ହୁଏ । ହେଲେ କୋଭିଡ୍ କଟକଣାରେ ସରକାରଙ୍କ ନିୟମକୁ ନେଇ ଅଳ୍ପସଂଖ୍ୟକ ଭକ୍ତଙ୍କ ସମାଗମରେ ମା’ ଦୂର୍ଗାଙ୍କ ପୂଜାର୍ଚ୍ଚନା କରାଯାଇଛି କୋଭିଡ ସ୍ଥିତି ଯୋଗୁଁ ପାର୍ବଣର ମାହୋଲରେ ଚାକଚକ୍ୟ କମିଛି । ହେଲେ ଶ୍ରଦ୍ଧାଳୁଙ୍କ ଉତ୍ସାହ କମିନି । ଦେବୀଙ୍କ ମୃଣ୍ମୟି ମୂର୍ତ୍ତି ସହିତ ସୁଉଚ୍ଚ ତୁରଣ ଦେଖୁବାକୁ ମିଲୁଛି । ଦେବୀ ନାନା ପ୍ରକାର ଅଳଙ୍କାର, ମୁକୁଟ ସହିତ ଖଣ୍ଡୁ, ଖର୍ପର, ବଛା ଇତ୍ୟାଦି ଅସ୍ତ୍ରଶସ୍ତ୍ର ଧାରଣ କରିଛନ୍ତି । ଦେବୀ ସିଂହ ଉପରେ ବିରାଜମାନ କରିଥାନ୍ତି । ଦେବୀଙ୍କ ଦୁଇ ପାର୍ଶ୍ବରେ ଲକ୍ଷ୍ମୀ, ସରସ୍ବତୀ, ଗଣେଶ ଆଦି ମୂର୍ତ୍ତି ଶୋଭା ପାଆନ୍ତି । ଏଥି ସହିତ ପୂଜାମଣ୍ଡପଗୁଡ଼ିକ ଫୁଲ, ସୋଲ କାରୁକାର୍ଯ୍ୟ ଏବଂ ଚିକ୍ ମିକ୍ ଆଲୋକ ମାଳାରେ ସୁସଜ୍ଜିତ ହୋଇଛି ।

Leave A Reply

Your email address will not be published.

twelve + twenty =