shyamal

ଦୁର୍ଗାପାଲି ସ୍ୱାସ୍ଥ୍ୟ ଉପ କେନ୍ଦ୍ର ପକ୍ଷରୁ ନିଆରା ଢଙ୍ଗରେ ଯକ୍ଷ୍ମା ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଦୁର୍ଗାପାଲି ଠାରେ ଏକ ନିଆରା ଢଙ୍ଗରେ ଲୋକ ମାନଙ୍କୁ ଯକ୍ଷ୍ମା ଉପରେ ସଚେତନ କରାଯାଇଛି । ଦଣ୍ଡ ନୃତ୍ୟ ମାଧ୍ୟମରେ ଦୁର୍ଗାପାଲି ଠାରେ ଦୁର୍ଗାପାଲିର ସ୍ୱାସ୍ଥ୍ୟ ଉପକେନ୍ଦ୍ର ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ସଚେତନ କରାଯାଇଛି । ଏହି କାଯ୍ୟକ୍ରମରେ ମହିଳା ସ୍ୱାସ୍ଥ୍ୟ କର୍ମୀ ସ୍ୱର୍ଣ୍ଣପ୍ରଭା ବହିଦାରଙ୍କ ସହ ପୁରୁଷ ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀମାନେ ଉପସ୍ଥିତ ଥିଲେ । ଦୁର୍ଗାପାଲି ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଏଭଳି କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି ।

purusottam
Leave A Reply

Your email address will not be published.