pr

ଯୁବାରେ ସାର୍ବଜନୀନ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

dr. purohit

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ଯୁବା ଗାଁରେ ସର୍ବଜନୀନ ଦୁର୍ଗାପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଉକ୍ତ ବୈଠକରେ ଚଳିତ ବର୍ଷ ବହୁ ଆଡ଼ମ୍ବର ସହ ଦୁର୍ଗା ପୂଜା ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ୧୫ ବର୍ଷଧରି ଚାଲିଥିବା ଏହି ପୂଜା ମହୋତ୍ସବରେ ଚଳିତ ବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଅଧିକ ଫୋକସ ରହିବ ବୋଲି ସମସ୍ତେ ନିଷ୍ପତି ନେଇଥିଲେ । ବୈଠକରେ ସଭାପତି ପିଙ୍କୁ ପୁଟେଲ, ଉପସଭାପତି ବିଘ୍ନ ପୁଟେଲ, ସମ୍ପାଦକ ଗୋବିନ୍ଦ ବାଗ, ମନୋଜ ବଗର୍ତ୍ତୀ, ମଦନ ସାହୁ, ରିଙ୍କନ ସେଠ, ଗରମା ବିଶ୍ୱାଳ, ବାବୁଲା ସେଠ, କୃଷ୍ଣଚନ୍ଦ୍ର ପୁଟେଲ ଗୋଗଲ ବାଗ, ରାଧାକାନ୍ତ ବାଗ, ବିଟୁ ପଶାୟତଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.