ପାନୀୟ ଜଳ ସମସ୍ୟାକୁ ନେଇ ଅସନ୍ତୋଷ ଗ୍ରାମବାସୀ ପମ୍ପ ହାଉସରେ ପକାଇଲେ ତାଲା

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଜଳ ହିଁ ଜୀବନ ବାର୍ତ୍ତା ନେଇ ସରକାର ଗୁଡ଼ାଏ ଯୋଜନା ପ୍ରଣୟନ କରିଥିବା ବେଳେ ସରକାରଙ୍କ ବାର୍ତ୍ତା ଫେଲ୍ ମାରିଛି ସଇଁନ୍ତଲା ବ୍ଲକ୍ କନ୍ଧକେଲ ଗାଁରେ । ପାନୀୟ ଜଳ ସମସ୍ୟାକୁ କେନ୍ଦ୍ର କରି ଅସନ୍ତୋଷ ଗ୍ରାମାବାସୀ ପମ୍ପ ହାଉସରେ ତାଲା ପକାଇଛନ୍ତି । ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ଦୀର୍ଘ ଦିନ ଧରି ପିଇବା ପାଣି ସମସ୍ୟା ନେଇ ସରପଞ୍ଚଙ୍କୁ ଅଭିଯୋଗ କରି ଆସୁଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇ ପାରିନାହିଁ । ଏଣୁ ଗାଁର ମହିଳାମାନେ ଏକତ୍ରୀତ ହୋଇ ପମ୍ପ ହାଉସ୍ରେ ତାଲା ପକାଇଥିବା ଦେଖିବାକୁ ମିଳିଛି ।

ପ୍ରାପ୍ତ ସୂଚନା ଅନୁସାରେ ଦୀର୍ଘ ୩ ମାସ ହେଲା କନ୍ଧକେଲ ଗାଁର କେତେକ ପଡ଼ାକୁ ପାଣି ସପ୍ଲାଏ ଠିକ୍ ଭାବରେ ହେଉ ନଥିବା ଯୋଗୁଁ ଅଂଚଳବାସୀ ବାଧ୍ୟ ହୋଇ ଦୂଷିତ ଜଳ ପିଉଛନ୍ତି; ଯାହା ଫଳରେ ବିଭିନ୍ନ ପ୍ରକାର ରୋଗର ଶିକାର ମଧ୍ୟ ହେଉଛନ୍ତି । ଗ୍ରାମବାସୀମାନେ କହିଛନ୍ତି ଯେ, କନ୍ଧକେଲ ଗାଁରେ ପାଣି ଟାଙ୍କି ରହିଥିଲେ ସୁଦ୍ଧା ପାନୀୟ ଜଳ ଯୋଗାଣ ହେଉନାହିଁ । ଏ ସମସ୍ୟା ନେଇ ବାରମ୍ବାର ଗ୍ରାମରେ ବୈଠକର ଆୟୋଜନ କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନାହିଁ । ତେବେ ଯଦି ପାନୀୟ ଜଳ ଯୋଗାଣ ସମସ୍ୟାର ସମାଧାନ ନ ହୁଏ, ଆଗାମୀ ସମୟରେ ତୀବ୍ର ଆନେ୍ଦାଳନ ହେବ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.