ଗୋବିନ୍ଦପାଲିରେ ଡ୍ରେନ ନିର୍ମାଣ ପାଇଁ ପୌର ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ପୌର ପରିଷଦର ଏକ ପୁରାତନ ୱାର୍ଡ ଭାବେ ଗୋବିନ୍ଦପାଲିକୁ ଜଣାଯାଏ କିନ୍ତୁ ଏହି ୱାର୍ଡର ପୁରୁଣା ବସ୍ତି ହନୁମାନ ମନ୍ଦିର ପାଖରେ ଡ୍ରେନ ବ୍ୟବସ୍ଥା ନଥିବାରୁ ଘରୋଇ ଜଳ ନିଷ୍କାସନ ଏବେ ବାଧକ ସାଜିଛି । ଫଳ ସ୍ୱରୂପ ମଇଳା ଅପରିଷ୍କାର ପାଣି ମଝି ରାସ୍ତା ଉପରେ ବହୁଛି । ଏହାକୁ ନେଇ ଅନେକ ଥର ପଡାବାସୀ ଲିଖିତ ଅଭିଯୋଗ କରିଛନ୍ତି ହେଲେ କୌଣସି ଫଳ ମିଳୁନଥିବାରୁ ନିରାଶ ହୋଇ ଫେରିଛନ୍ତି । ଏହି ଡ୍ରେନ ନିର୍ମାଣ ପାଇଁ ଆମ୍ ଆଦମୀ ପାର୍ଟିର ମହିଳା ସଂଗଠନ ପକ୍ଷରୁ ଦସ୍ତଖତ ଅଭିଯାନ କରି ପୌର ନିର୍ବାହୀ ଅଧିକାରୀ ନାରାୟଣ ଡନସେନାଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ମରିୟମ ବାର୍ଳା ଓ ପଡାର ମହିଳାମାନେ ଏହି ଦାବୀ ଜଣାଇଛନ୍ତି ।

Leave A Reply

Your email address will not be published.

four × 5 =