pakka

ଜିଲ୍ଲା କ୍ରିକେଟ ଭିଜନ ୨୦-୨୪ ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତା : କଟାପାଲି ଓ ପଦ୍ମପୁର ବିଜୟୀ

bbehera

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଭିଜନ ୨୦-୨୪ରେ ଚାଲିଥିବା ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତାର ଗତକାଲିର ମ୍ୟାଚ୍‌ରେ ସ୍ପୋର୍ଟସ ଏସୋସିଏସନ୍‌, କଟାପାଲି ଓ ରାଜ ବୋରାସମ୍ବର୍ କ୍ରିକେଟ କ୍ଲବ, ପଦ୍ମପୁର ବିଜୟୀ ହୋଇଛି । ବିକାଶ ଗ୍ରାଉଣ୍ଡରେ ଅନୁଷ୍ଠିତ ଗତକାଲିର ମ୍ୟାଚ୍‌ରେ ପଦ୍ମପୁର ଦଳ ଟସ୍ ଜିତି ଅତାବିରା ବୀର ସୁରେନ୍ଦ୍ର ସାଏ କ୍ଲବକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ଅତାବିରା ଦଳ ରିତିକ ଜୈନଙ୍କ ୨୫ ରନ, ଗୌରବ ପଣ୍ଡାଙ୍କ ୩୦ ରନ ଫଳରେ ୨୮.୪ ଓଭରରେ ୧୬୫ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲା । ପଦ୍ମପୁର ପକ୍ଷରୁ ସାନନ୍ଦ ମେହେର ୧୯/୩, ଧରଣୀ ବାରିକ ୩୫/୩ ଉଜ୍ଜ୍ୱଳ ଅଗ୍ରୱାଲ ୩୦/୨ ୱିକେଟ ନେଇଥିଲେ । ଜବାବରେ ପଦ୍ମପୁର ଦଳ ଅକ୍ଷୟଙ୍କ ୬୧ ରନ, ଆଲୋକ ସାହୁଙ୍କ ୫୬ ରନ ଫଳରେ ୨୮.୪ ଓଭରରେ ୧୬୮/୫ ରନ କରି ମ୍ୟାଚ୍‌କୁ ୫ ୱିକେଟରେ ଜିତି ନେଇଥିଲେ । ଅତାବିରା ପକ୍ଷରୁ ରିତିକ୍ ଜୈନ ୪୦/୨, ଗୌରବ ପଣ୍ଡା ୩୧/୨ ୱିକେଟ ନେଇଥିଲେ । ଖେଳ ପରିଚାଳନା କରିଥିଲେ ସୋର୍ଯ୍ୟରଞ୍ଜନ ରାଏ ଓ ପ୍ରୟାସ ବଗାର । ସ୍କୋରର ଥିଲେ ରଜତ ଦାଶ । ସେହିପରି କଟାପାଲି ଗ୍ରାଉଣ୍ଡରେ ସ୍ପୋର୍ଟସ ଏସୋସିଏସନ୍‌, କଟାପାଲି ଓ ୟୁନାଇଟେଡ କ୍ଲବ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ୟୁନାଇଟେଡ କ୍ଲବ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ମଳୟ ହାତୀ ୭୮ ରନ, ଶ୍ରୀକାନ୍ତ ପ୍ରଧାନଙ୍କ ୨୪ ରନ, ପୀୟୂଷ ଥାଟୋଇଙ୍କ ୨୪ ରନ, ଅବିନାଶ ସିଂଙ୍କ ୨୨ ରନ ଫଳରେ ଦଳ ୨୬୩ ରନ କରିବାରେ ସକ୍ଷମ ହୋଇଥିଲା । କଟାପାଲି ପକ୍ଷରୁ ସୋହନ ସାହୁ ୪୧/୪, ଶୃତିରାଜ୍ ମିଶ୍ର ୧୯/୩, ସାଜନ ସାହୁ ୫୦/୨ ୱିକେଟ ନେଇଥିଲେ । ଜବାବରେ କଟାପାଲି ଦଳ ସୃତୀରାଜ୍ ମିଶ୍ରଙ୍କ ୧୧୩ ରନ, ଚକା ନାୟକଙ୍କ ୬୦ ରନ ଫଳରେ ୪୫.୩ ଓଭରରେ ୨୬୪/୭ ରନ କରି ମ୍ୟାଚ୍‌କୁ ୩ ୱିକେଟରେ ଜିତି ନେଇଥିଲା । ୟୁନାଇଟେଡ ପକ୍ଷରୁ ଏମ.ଡି.ଇଫ୍ଟିକାର ୪୪/୩, ଶ୍ରୀକାନ୍ତ ପ୍ରଧାନ ୬୪/୧, ଏସ.କେ. ମଜହର ୩୬/୧, ପିନ୍ଟୁ କାଲ୍ସା ୪୨/୧, ଆଜାଦ ପ୍ରଧାନ ୪୧/୧ ୱିକେଟ ନେଇଥିଲେ । ମ୍ୟାଚ୍ ପରିଚାଳନା କରିଥିଲେ ପ୍ରଦୀପ ଦାଶ ଓ ଭରତ ପଣ୍ଡା । ସ୍କୋରର ଥିଲେ ମନୋଜ ପାତ୍ର ।

jay balangir
Leave A Reply

Your email address will not be published.

7 − four =