oom

ବିଶ୍ଵ ଦିବ୍ୟାଙ୍ଗ ଦିବସ ଉପଲକ୍ଷେ ଦିବ୍ୟାଙ୍ଗ କ୍ରିକେଟ୍ ପ୍ରତିଯୋଗିତା : ବରଗଡ଼ ରାଇଜିଂ ଷ୍ଟାର୍‌ ବିଜୟୀ

jsmm

ମ.ରାମପୁର, (ହେମନ୍‌ନ୍ତ ସାହୁ) : ଡିସେମ୍ବର ମାସ ତିନି ତାରିଖରେ ବିଶ୍ଵ ଦିବ୍ୟାଙ୍ଗ ଦିବସ ଉପଲକ୍ଷେ ଆଜି ଦିବ୍ୟାଙ୍ଗ ଟି -୨୦ କ୍ରିକେଟ୍ ପ୍ରତିଯୋଗିତା ସ୍ଥାନୀୟ ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ରେ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚ୍‌ ଟି ସକାଳ ଦଶ ଘଣ୍ଟା ତିରିଶ୍‌ ମିନିଟ୍ ସମୟରେ ଏହି ମ୍ୟାଚ୍ ଟି ବରଗଡ଼ ରାଇଜିଂ ଷ୍ଟାର୍‌ ଓ ମ,ରାମପୁର ଭୀମ ଭୋଇ ଦିବ୍ୟାଙ୍ଗ ଦଳ ମଧ୍ୟରେ ଖେଳା ଯାଇଥିଲା । ଟସ୍ ଜିଣି ମ,ରାମପୁର ଦଳ ଫିଲ୍ଡିଂ ନେଇଥିବା ବେଳେ ବରଗଡ଼ ରାଇଜିଂ ଷ୍ଟାର୍ ନିର୍ଦ୍ଧାରିତ ଓଭର୍‌ରେ୧୧୫ ରନ୍ ସଂଗ୍ରହ କରିଥିବା ବେଳେ ମ,ରାମପୁର ଦଳ ୧୧୨ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଶାଖା ପରିଚାଳକ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ମାନଭଞ୍ଜନ ସ୍ୱାଇଁ, ସମ୍ମାନୀତ ଅତିଥି ମ,ରାମପୁର ରେଞ୍ଜ ଅଧିକାରୀ ଅସିତ୍ କୁମାର ଦାଶ, ଅଧ୍ୟକ୍ଷ ବିବେକାନନ୍ଦ ପବ୍ଲିକ ସ୍କୁଲ ଡ଼ଡ.ଶିବରାମ ନାୟକ ଯୋଗ ଦେଇ ଉଭୟ ଦଳର ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଆମ୍ପେୟାର୍‌ ଭାବେ ସାଇ ପ୍ରସାଦ ମହାରଣା ଓ ପ୍ରବୀଣ ଦୁବେ, ସ୍କୋର୍‌ର ମଧୁସୂଦନ ମହାଲିକ ଓ ଧାରା ବିବରଣୀ ସୁଶାନ୍ତ ମିଶ୍ର ଦାୟିତ୍ଵ ନିର୍ବାହ କରିଥିଲେ । ମ୍ୟାଚ୍ ପରିଚାଳନାରେ ହିତେନ୍ଦ୍ର ମହାନ୍ତି, ମିନେଶ୍ କୁମାର ସାହୁ, ସୁଶ୍ରୀ ସାହୁ, ପ୍ରଦୀପ ପଣ୍ଡା ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଏହି ମ୍ୟାଚ୍‌ଟି ଭୀମ ଭୋଇ ଦିବ୍ୟାଙ୍ଗ କଲ୍ୟାଣ ପ୍ରତିଷ୍ଠାନ ତରଫରୁ ଆମ ଅଞ୍ଚଳରେ ପ୍ରଥମ ଥର ପାଇଁ ଆୟୋଜନ ହେଇ ଥିବାରୁ ମ୍ୟାଚ୍ ଦେଖିବାକୁ ସାଧାରଣରେ ଉତ୍କଣ୍ଠା ଦେଖିବାକୁ ମିଳିଥିଲା । ଏଥି ସହିତ ବିଶ୍ଵ ଦିବ୍ୟାଙ୍ଗ ଦିବସ ପାଇଁ ଦୁଇଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ପ୍ରତିଷ୍ଠାନ ତରଫରୁ ସୂଚନା ମିଳିଛି ।

jittmm
Leave A Reply

Your email address will not be published.