pakka

ସଂସ୍କାର, ଭାରତୀୟ ସଂସ୍କୃତି ଓ ପରମ୍ପରା ଉପରେ ଆଧାରିତ ଦିବ୍ୟଜୀବନ ପାଠଶାଳା ମାଧ୍ୟମରେ ଶିକ୍ଷାଦାନ ଦେବା ପ୍ରୟାସ

ପାଟଣାଗଡ, (ଗୋରେଖନାଥ ବରିହା) : ବିଦ୍ୟାର୍ଥୀମାନଙ୍କ ସର୍ବାଙ୍ଗୀନ ବିକାଶ ନିମିତ୍ତ ସଂସ୍କାର ଓ ଭାରତୀୟ ପରମ୍ପରା ଆଧାରରେ ଜୀବନ୍ୟାସ ପାଠଶାଳା ମାଧ୍ୟମରେ ବିଦ୍ୟାର୍ଥୀମାନଙ୍କୁ ଶିକ୍ଷାଦାନ କରିବା ଭଳି ଏକ ମହତ୍ ଉଦ୍ଦେଶ୍ୟରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୀବନ୍ୟାସ ପକ୍ଷରୁ ଦିବ୍ୟଜୀବନ ପାଠଶାଳ କାର୍ଯ୍ୟକ୍ରମର ପ୍ରୟାସ କରାଯାଇଛି । ଅଞ୍ଚଳର ପ୍ରତ୍ୟେକ ଗ୍ରାମରେ ଜୀବନ୍ୟାସ ଅନୁଷ୍ଠାନ ପକ୍ଷରୁ ଦିବ୍ୟ ଜୀବନ ପାଠଶାଳା ଆରମ୍ଭ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସ୍ଵେଚ୍ଛାସେବୀ ଜୀବନ୍ୟାସ ଅନୁଷ୍ଠାନର ସଂପାଦକ ମିନକେତନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସ୍ଵେଚ୍ଛାସେବୀ ଜୀବନ୍ୟାସ ଅନୁଷ୍ଠାନ ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶାର କୁନି କୁନି ବିଦ୍ୟାର୍ଥୀମାନଙ୍କ ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ଏହି ଅନୁଷ୍ଠାନ ଉତ୍ସର୍ଗୀକୃତ ବୋଲି ମତବ୍ୟକ୍ତ କରିଥିଲେ । ଏହି ମହତ୍ ପ୍ରୟାସ ସଫଳ କରିବା ପାଇଁ କିପରି ଗ୍ରାମାଞ୍ଚଳରେ ଏହାର ପ୍ରଚାର ପ୍ରସାର ହୋଇପାରିବ ସେଥିପାଇଁ ସମସ୍ତ ଅଭିଭାବକ, ଶିକ୍ଷାବିତ, ବୁଦ୍ଧିଜୀବୀ ତଥା ପିତା ମାତାଙ୍କ ସହଯୋଗ ନିତାନ୍ତ ଆବଶ୍ୟକ ରହିଛି ବୋଲି କହିଥିଲେ । ଏଥିରେ ଶତାଧିକ ସମାଜସେବୀ ଓ ପିଲାମାନଙ୍କର ପିତାମାତା ଯୋଗଦେଇ ଥିଲେ ।

Leave A Reply

Your email address will not be published.

four − three =