csstore

ନୃସିଂହନାଥରେ ବିଶ୍ୱ ଆଦିବାସୀ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ବିନ୍ଧ୍ୟ ବାସିନୀ ମଣ୍ଡପରେ ପଦ୍ମପୁର ଉପଖଣ୍ଡ ସ୍ତରୀୟ ଆଦିବାସୀ ସମାଜ ମାନଙ୍କୁ ନେଇ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଗେଟ୍ ସମ୍ମୁଖରୁ ଏକ ବିରାଟ ଶୋଭାଯାତ୍ରାରେ ଧନୁତୀର, ଖଣ୍ଡା ତଲୁଆର, ବର୍ଛା ତଥା ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ଧରି ବିନ୍ଧ୍ୟ ବାସିନୀ ମନ୍ଦିରକୁ ପହଞ୍ଚି ବିନ୍ଧ୍ୟ ବାସିନୀଙ୍କୁ ପୂଜା ଦେଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ସଭାପତି ରଣଜିତ ସିଂ ବରିହା ସଭାପତିତ୍ୱ କରିଥିଲେ । ସଭାକୁ କ୍ଷିତିରାଜ ଗଏଁତା ପରିଚାଳନା କରିଥିଲେ । ଏହି ସଭାରେ ହୃଷୀକେଶ ବରିହା, ଗଜରାଜ ସିଂ ପୁଟା, ପରମେଶ୍ୱର ତୁମନିଆ, କେଶବ ପାଣ୍ଡେ, ଭାଗବତିଆ ମଲ୍ଲିକ, ଜଗନ୍ନାଥ ପୁଟା, କିତ୍‌ର୍ତ୍ତନ ଭୋଇ, ଦେବରାଜ ବରିହା, ହୃଷୀକେଶ ବରିହା, ଆଶାରାମ ବରିହା, କରୁଣାକର ବରିହା, ଦେବାର୍ଚ୍ଚନ ଭୋଇ, ମାଧବ ବରିହା, ଜୟସିଂ ଦାଉ, ମାୟାରାମ ଜଗତ, ରୂପଧର ନାଏକ, ଶୁକଲାଲ ଜାନି, ଗଜରାଜ ପାଣ୍ଡେ, ଚୈତୁ ସିଂ ଦାଉ, ଯୁଗଳ କିଶୋର ଭୋଇ, ଦୁର୍ଯ୍ୟୋଧନ ପୁଟା, ପ୍ରତାପ ସିଂ ମହାଲିଙ୍ଗ, ସୁଦର୍ଶନ ନେଗୀଙ୍କ ସମେତ ବହୁ ଆଦିବାସୀ ସମାଜର ଭଦ୍ରବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.