ଆନ୍ତର୍ଜାତୀୟ ସାକ୍ଷରତା ଦିବସ

ଡେ଼ଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : “ଆନ୍ତର୍ଜାତୀୟ ସାକ୍ଷରତା ଦିବସ” ପ୍ରତିବର୍ଷ ସେପ୍ଟେମ୍ବର ୮ରେ ପାଳନ ହୁଏ । ଏହି ଦିବସ ପାଳନର ଲକ୍ଷ୍ୟ ହେଲା ସ୍ଥାନୀୟ ସମ୍ପ୍ରଦାୟ ତଥା ବିଶ୍ଵସ୍ତରରେ ସାକ୍ଷରତା ବୃଦ୍ଧି ପାଇଁ ସଚେତନତା ଜାଗ୍ରତ କରିବା । ‘ସ୍କୋଲାରୋ’ ପରି ସଂସ୍ଥା ଏହି ଦିବସ ପାଳନ ଅବସରରେ – ଏକ ପ୍ଲାଟଫର୍ମ ବା ସୁଯୋଗ ସୃଷ୍ଟି କରନ୍ତି ଯାହା ବିଶ୍ଵ ର ବିଭିନ୍ନ ସ୍ଥାନରୁ ଛାତ୍ରବୃତ୍ତି ବିଷୟରେ ସୂଚନା ପ୍ରଦାନ କରିଥାଏ । ଯଦିଓ ପ୍ରଥମ ଆନ୍ତର୍ଜାତୀୟ ସାକ୍ଷରତା ଦିବସରୁ ପଚାଶ ବର୍ଷରୁ ଅଧିକ ସମୟ ମଧ୍ୟରେ ସାକ୍ଷରତା ହାରରେ ଉନ୍ନତି ଆଣିବାରେ ବହୁ ଅଗ୍ରଗତି ହୋଇଛି, ତଥାପି ନିରକ୍ଷରତା ଏକ ଉତ୍କଟ ବିଶ୍ୱ ସମସ୍ୟା ହୋଇରହିଛି । ବର୍ତ୍ତମାନ ବି ବିଶ୍ଵରେ ୭୫୦ ନିୟୁତରୁ ଅଧିକ ବୟସ୍କ ଅଛନ୍ତି ଯେଉଁମାନେ ପଢି ପାରନ୍ତି ନାହିଁ । ପୃଥିବୀରେ କୌଣସି ରାଷ୍ଟ୍ର କିମ୍ବା ସଂସ୍କୃତି ନିରକ୍ଷରତା ଭଳି ଦୁଃଖ ଭୋଗିବାରୁ ରକ୍ଷା ପାଇନାହାଁନ୍ତି, ଏପରିକି ବିକାଶଶୀଳ ଆମେରିକାରେ ମଧ୍ୟ ପ୍ରାୟ ୩୨ ନିୟୁତ ବୟସ୍କ ଅଶିକ୍ଷିତ ଅଛନ୍ତି । ମରିୟମ୍-ୱେବଷ୍ଟାର୍ ଅଭିଧାନ ଅନୁସାରେ ସାକ୍ଷରତା କହିଲେ “ସାକ୍ଷର ହେବାର ଗୁଣ ବା ସ୍ଥିତି: ଶିକ୍ଷିତଟ୍ଟ ପଢିବା ଏବଂ ଲେଖିବାରେ ସକ୍ଷମ” ବୋଲି ବୁଝାଯାଏ । ଆପଣ ଏଠି ଯାହା ଲେଖା ଯାଇଛି କିମ୍ବା ଅନ୍ ଲାଇନ୍‌ ମାଧ୍ୟମରେ ଅଛି ତାହା ପଢିବାକୁ ସକ୍ଷମ ଅଟନ୍ତି । ତେବେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଆପଣଙ୍କ ନିଜ ସମ୍ପ୍ରଦାୟରେ ରହୁଥିବା ଏବଂ କାର୍ଯ୍ୟ କରୁଥିବା ଆନେକ ଲୋକ ଅଛନ୍ତି ଯେଉଁମାନେ ଏହାକୁ ପଢି ପାରିବେ ନାହିଁ,ଏକ ବହି ପଢିବାକୁ ମଧ୍ୟ ସେମାନେ ଅସମର୍ଥ । ଏପରିକି ଏକ ରେଷ୍ଟୁରାଣ୍ଟ ମେନୁ, ଏକ ସଡକ ଚିହ୍ନ, ଏକ ଭୋଟିଂ ବାଲାଟ୍, ଏକ ନିର୍ଦ୍ଦେଶନାମା, ଏକ ପ୍ରେସକ୍ରିପସନ୍ ବୋତଲ ଲେବଲ୍, କିମ୍ବା ଏକ ଶସ୍ୟ ବାକ୍ସ ସେଭଳି କିଛି ବି ପଢି ପାରିବେ ନାହିଁ । ପଢିବା ଏବଂ ଲେଖିବାର ମୌଳିକ କ୍ଷମତା ବିନା ଆଧୁନିକ ଯୁଗର ଜୀବନକୁ ଆପଣ କଳ୍ପନା କରିପାରିବେ କି ? ଆନ୍ତର୍ଜାତୀୟ ସାକ୍ଷରତା ଦିବସ ହେଉଛି ବିଶ୍ଵର ପ୍ରତ୍ୟେକ ସ୍ଥାନୀୟ ସମ୍ପ୍ରଦାୟରେ ନିରକ୍ଷରତାକୁ ଦୂର କରିବା ।୧୯୬୫ ମସିହାରେ ଇରାନର ତେହେରାନରେ ଆୟୋଜିତ ହୋଇଥିବା “ବିଶ୍ୱ ଶିକ୍ଷା ମନ୍ତ୍ରୀଙ୍କ ସମ୍ମିଳନୀ”ରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ ପ୍ରଥମେ ନିଷ୍ପତ୍ତି କରାଯାଇଥିଲା । ଏହାର ପରବର୍ତ୍ତୀ ବର୍ଷ ୟୁନେସ୍କୋ ଏହାର ନେତୃତ୍ୱ ନେଇ ସେପ୍ଟେମ୍ବର ୮କୁ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ଭାବରେ ଘୋଷଣା କରିଥିଲା ।“ ବ୍ୟକ୍ତି ବିଶେଷ, ସମ୍ପ୍ରଦାୟ ଏବଂ ସମାଜ ପାଇଁ ସାକ୍ଷରତାର ମହତ୍ତ୍ୱ ଏବଂ ଅଧିକ ସାକ୍ଷର ସମାଜ ପ୍ରତି ତୀବ୍ର ପ୍ରୟାସର ଆବଶ୍ୟକତା ବିଷୟରେ ଅନ୍ତର୍ଜାତୀୟ ସମ୍ପ୍ରଦାୟକୁ ସ୍ମରଣ କରାଇବା ହେଉଛି ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ ।” ଗୋଟିଏ ବର୍ଷ ପରେ, ସର୍ବଭାରତୀୟ ସମ୍ପ୍ରଦାୟ ପ୍ରଥମ ଆନ୍ତର୍ଜାତୀୟ ସାକ୍ଷରତା ଦିବସରେ ଅଂଶଗ୍ରହଣ କରି ଅଶିକ୍ଷା ସମାପ୍ତ କରିବାର ଆହ୍ଵାନକୁ ଗ୍ରହଣ କଲା । ଏହି ବର୍ଷ, “ଡିଜିଟାଲ ଯୁଗରେ ସାକ୍ଷରତାକୁ ପ୍ରୋତ୍ସାହିତ କରିବା” ବିଷୟବସ୍ତୁ ଉପରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ କରାଯିବ । ଡିଜିଟାଲାଇଜେସନ୍‌ର କିପରି ସକାରାତ୍ମକ ଏବଂ ନକାରାତ୍ମକ ଭାବରେ ପ୍ରୟୋଗ ହୁଏ ତାହାର ଉପାୟଗୁଡ଼ିକୁ ବୁଝିବା । “ଆସନ୍ତୁ ମନେ ରଖିବା: ଗୋଟିଏ ପୁସ୍ତକ, ଗୋଟିଏ କଲମ, ଗୋଟିଏ ପିଲା ଏବଂ ଜଣେ ଶିକ୍ଷକ ଜଗତକୁ ପରିବର୍ତ୍ତନ କରିପାରିବେ ।”

Leave A Reply

Your email address will not be published.