
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ଉତ୍ସବ ଛତ୍ରପୁର ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ବରିଷ୍ଠ ନାଗରିକମାନେ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବରିଷ୍ଠ ମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦୀର୍ଘ ୩୯ ବର୍ଷ ଶିକ୍ଷକତା କରି, ରାଜ୍ୟପାଳ ପୁରସ୍କୃତ ଶିକ୍ଷକଙ୍କୁ ସମାଜ ସେବା, ବୃକ୍ଷରୋପଣ ମାଧ୍ୟମରେ ପରିବେଶ ସୁରକ୍ଷା, ସଚେତନତା ସୃଷ୍ଟି ପ୍ରଭୃତି ଆଦର୍ଶ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ତରଫରୁ ମାନପତ୍ର ଓ ଉତ୍ତରୀୟ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଏହିଭଳି ଜଣେ ଆଦର୍ଶ ସମାଜ ସେବୀଙ୍କୁ ଜିଲ୍ଲା ତରଫରୁ ସମ୍ବର୍ଦ୍ଧିତ କରାଯାଇଥିବାରୁ କେରାଣ୍ଡିତୋଳା ନାରାୟଣ ପୁର ବରିଷ୍ଠ ନାଗରିଜ ମଞ୍ଚରେ ସଭାପତି ନରହରି ପ୍ରଧାନ, ସମ୍ପାଦକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଗଜେନ୍ଦ୍ର ସାହୁ ପ୍ରମୁଖ ଜିଲ୍ଲା ପ୍ରଶାସନକୁ ସାଧୁବାଦ ଜଣାଇବା ସାଙ୍ଗେ ସଂଗେ କାମରାଜୁ ମହାରଣାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।