
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଗାୟତ୍ରୀ ଶକ୍ତି ପୀଠରେ ଗୋପାଳଜୀଉ ମନ୍ଦିର ପରିସରରେ ୧୨ତମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଗାୟତ୍ରୀ ପରିବାରର ସଦସ୍ୟ ସଦସ୍ୟା ମାନଙ୍କ ବ୍ୟତୀତ, ପ୍ରଜାପିତା ବ୍ରହ୍ମ କୁମାରୀ ଇଶ୍ୱରୀୟ ବିଦ୍ୟାଳୟ ଭାତୃ ଭଗିନୀ, ବିଭିନ୍ନ ଅନୁଷ୍ଠାନର ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ସୁସ୍ଥ ଜୀବନ ପାଇଁ ଯୋଗକୁ ଜୀବନ ଶୈଳୀ ସହିତ ଯୋଡି ରଖିଲେ ସୁସ୍ଥ ଜୀବନ ନିରୋଗ ରହି ପାରିବା ବୋଲି ପ୍ରକାଶ କରିଥିଲେ । ପତଞ୍ଜଳୀ ଅନୁଷ୍ଠାନର ଯୋଗ ଗୁରୁ ଦୀନବନ୍ଧୁ ପଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମସ୍ତଙ୍କୁ ଯୋଗ ଅଭ୍ୟାସ କରାଇବା ସହିତ ବିଭିନ୍ନ ଆସନ ସ୍ୱାସ୍ଥ୍ୟ ଉପରେ କ’ଣ ପ୍ରଭାବ ପଡିଥାଏ ତାହା କହିଥିଲେ ।