jayashree

ଇଣ୍ଡୋ ଇଂଲିଶ ସ୍କୁଲର ୫୩ତମ ପ୍ରତିଷ୍ଠା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଇଣ୍ଡୋ ଇଂଲିଶ ସ୍କୁଲର ୫୩ତମ ପ୍ରତିଷ୍ଠା ଦିବସ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷ କେ ବିଶ୍ୱନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁ ମୁଖାର୍ଜୀ ମୁଖ୍ୟ ଅତିଥି, ପ୍ରାକ୍ତନ ଛାତ୍ର ସଂଘର ସଭାପତି ତଥା ଜେପି ହସ୍ପିଟାଲର ଅଧ୍ୟକ୍ଷ ସଞ୍ଜୟ ବଂଶଲ ଓ ପ୍ରାକ୍ତନ ଛାତ୍ର ଭାରତୀୟ ବାୟୁସେନାର ଗୃପ କ୍ୟାପଟେନ୍ ପଙ୍କଜ ପାଢୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ମୁଖାର୍ଜୀ ଶିକ୍ଷାର ଗୁଣାତ୍ମକ ବୃଦ୍ଧି, ସ୍କୁଲର ଶୈକ୍ଷିକ ବାତାବରଣ ଓ ଶୃଙ୍ଖଳା ଉପରେ ଗୁରୁତ୍ୱାରୋପ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିବା ଶ୍ରୀ ବଂଶଲ ଓ ଶ୍ରୀ ପାଢୀ ସ୍କୁଲ ବେଳର ସ୍ମୃତିଚାରଣ ସହ ସେମାନଙ୍କ ପ୍ରତିଷ୍ଠା ପଛରେ ସ୍କୁଲର ଅବଦାନ ଓ ସଶସ୍ତ୍ର ବାହିନୀକୁ କ୍ୟାରିୟର କରିବା ପାଇଁ ମତ ରଖିଥିଲେ । ଅଧ୍ୟକ୍ଷ ଶ୍ରୀ ବିଶ୍ଵନାଥ ସ୍କୁଲର ଅଭିବୃଦ୍ଧି, ଶିକ୍ଷା ଦାନ, ଛାତ୍ର ଓ ଅଭିଭାବକଙ୍କ ଦାୟିତ୍ଵବୋଧ ସହ ଆଗାମୀ ଦିନରେ ସ୍କୁଲ ଆହୁରି ଉଚ୍ଚକୁ ଯିବ ବୋଲି କହିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ଖେଳ, ଖାଦ୍ୟ ପାନୀୟର ୨୬ଟି ଷ୍ଟଲ ଖୋଲାଯାଇଥିଲା । ସ୍କୁଲର ସହସ୍ରାଧିକ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠା ଦିବସ ପାଳନର ମୁଖ୍ୟ ଏମ୍‌ଡି ମୁସ୍ତାଫା, ମୌସୁମୀ, ସୁଜାତା, ରତ୍ନା, ରୀନା, କେ. କେ. ନାୟକ, ପୂର୍ଣ୍ଣିମା, ବିଜୟଲକ୍ଷ୍ମୀ, ବି ସଂଗୀତା, ସ୍ମୃତି ରଞ୍ଜନ, ଏମ୍‌ଡି ମୁର୍ତାଜା, ସୁସ୍ମିତା, ଶୁଭଶ୍ରୀ, ଇତିଶ୍ରୀ, ଶ୍ୱେତଲିନା ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସ୍କୁଲ ପରିଚାଳନା କମିଟିର ସମ୍ପାଦିକା କାଞ୍ଚନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.