mahavir

ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ଜୟପାଟଣା, (ଶେଷଦେବ ବେହେରା) : ଆୟୋଜକ ଜୟପାଟଣା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଦ୍ଵାରା ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୨୦୨୫ ସମାରୋହର ସହ ପାଳିତ ହୋଇଯାଇଛି । ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ସୁରେନ୍ଦ୍ର ମୋହନ ଯୋଶୀ ଶୁଭାରମ୍ଭ ଦେବାପରେ ଗୋଷ୍ଠୀ ସମ୍ବଳ ଶିକ୍ଷକ ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶିବିର କାର୍ଯ୍ୟ ସୁପରିଚାଳିତ ହୋଇଥିଲା । ବ୍ଲକ ଅଂଚଳରୁ ୨୦ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭିନ୍ନକ୍ଷମ ସହଯୋଗୀ ସାଇକଲ ଭିନ୍ନକ୍ଷମ ମାନଂକୁ ବସେଇ, ପ୍ଲା କାର୍ଡ ଜରିଆରେ ବିଭିନ୍ନ ସ୍ଲୋଗାନ ମାନ ଦେଇ ଏକ ଶୋଭାଯାତ୍ରା ବାହାରିଥିଲା । ଏହି ଶୋଭାଯାତ୍ରାରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ଅଭିଭାବକ, ଅଭିଭାବିକାମାନେ ଯୋଗ ଦେଇଥିଲେ । ଭିନ୍ନକ୍ଷମ ଶିବିରର କନଭେନର ସୁରେଶ ପଣ୍ଡା ଏବଂ ସହଯୋଗୀ କପୂରମାଲ ବିଦ୍ୟାଳୟର ଖେଳ ପ୍ରଶିକ୍ଷକ ସ୍ନେହଲତା ମୁଣ୍ଡ, ଭିନ୍ନକ୍ଷମ ମାନଙ୍କୁ ସୁକ୍ଷ୍ମ ଯୋଗ, ବ୍ୟାୟାମ, ଚୌକି ବସା, ଦୌଡ଼, ପୁଚି, ଚିତ୍ରାଙ୍କନ, ହସ୍ତାକ୍ଷର, ପ୍ରଭୁତି ଖେଳମାନ ପ୍ରତିଯୋଗିତା କରାଇଥିଲେ । ଏହି ଅବସର ଶିବିର ସଭା ଏ. ବି. ଇ. ଓ ସୁରେନ୍ଦ୍ର ମୋହନ ଯୋଶୀଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇ ଥିବାବେଳେ ଜୟପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ସମ୍ପାଦକ ଲଳିତ କୁମାର ନାଏକ ମୁଖ୍ୟ ଅତିଥି, ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା, ବରିଷ୍ଠ ସାମ୍ବାଦିକ ଅସରଫଅଲ୍ଲୀ, ଚୌଧୁରୀ ସନ୍ତୋଷ କୁମାର ନାଏକ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ଭିନ୍ନକ୍ଷମ ମାନଂକୁ ଉତ୍ସାହ, ଉଦ୍ଦୀପନା ଯୋଗେଇବା ସହ, ପ୍ରତ୍ୟେକ କ୍ଷେତ୍ରରେ ଏମାନଂକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଏହି ବିଶ୍ଵସ୍ତରୀୟ ପଦକ୍ଷେପକୁ ସ୍ୱାଗତ ଜଣାଇଥିଲେ । ବିଭିନ୍ନ ପ୍ରତିଯୋଗିତା ମାନଙ୍କରେ କୃତି ପ୍ରତିଯୋଗୀ ମାନେ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ । କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟ ଏବଂ ଉମାଶଙ୍କର ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ଵାରା ପରିବେଶିତ ମନୋରଞ୍ଜନ କାର୍ଯ୍ୟକ୍ରମ ସମସ୍ତଙ୍କ ମନ ମୋହି ନେଇଥିଲା । ବି. ଇ. ଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନଙ୍କ ସକ୍ରିୟ ସହଯୋଗ ପ୍ରତ୍ୟେକ କାର୍ଯ୍ୟକ୍ରମର ସଫଳ ରୁପ୍ୟାନ ଦେଇପାରିଥିବାବେଳେ ଗୋଷ୍ଠୀ ସମ୍ବଳ ଶିକ୍ଷକ ପ୍ରସନ୍ନ କୁମାର ପଟ୍ଟନାୟକ ମଞ୍ଚ ପରିଚାଳନା, ଅତିଥିପରିଚୟ ଓ ଧନ୍ୟବାଦ ଅର୍ପଣକରିଥିଲେ ।

Leave A Reply

Your email address will not be published.