csstore

ଭାରତୀୟ ମହିଳା କ୍ରିକେଟ ଟିମ୍‌ର ବିଶ୍ୱ ବିଜୟ ପାଇଁ ବିଜୟ ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଷ୍ଟ୍ର ନିର୍ମାଣରେ ମହିଳାମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ, କାରଣ ପରିବାରର ପରିଚାଳନା କରିବା ସହ ଶିକ୍ଷା, ଖେଳ ଜଗତ, ରାଜନୀତି, ଅର୍ଥଶାସ୍ତ୍ର ଓ ସମାଜସେବା ପରି ସମସ୍ତ କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । ଗୋଟିଏ ମା’ ରୂପରେ ଜଣେ ମହିଳା ଶିଶୁକୁ ଉପଯୁକ୍ତ ସଂସ୍କାର ଦିଏ, ଗୋଟିଏ ପତ୍ନୀ ରୂପରେ ସେ ପରିବାରକୁ ସହଯୋଗ କରିଥାଏ ଓ ଗୃହିଣୀ ରୂପେ ଅର୍ଥ ବ୍ୟବସ୍ଥାରେ ଯୋଗଦାନ କରିଥାଏ । ଖେଳଜଗତରେ ବି ଆମ ଦେଶର ଝିଅମାନେ ସୁନାମ ଅର୍ଜନ କରିଛନ୍ତି । ଭାରତୀୟ ମହିଳା ଟିମ୍‌ ପ୍ରଥମ ଥର ବିଶ୍ୱ ବିଜେତା ହୋଇ ଇତିହାସ ସୃଷ୍ଟି କରିଛି । ସୁନା ଝିଅଙ୍କ ଉପଲବ୍ଧି ଦେଶର ଇତିହାସରେ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇରହିବ । ଭାରତୀୟ ମହିଳା କ୍ରିକେଟର ବିଶ୍ୱ ବିଜୟ ପାଇଁ ସ୍ୱାତୀ ସୁପର ସ୍ପେସାଲିଟି କ୍ଲିନିକ୍‌ ଏବଂ ବୈଭବ ମଲଟି ସ୍ପେସାଲିଟି କ୍ଲିନିକ୍‌ ତରଫରୁ ରାଧାରାଣୀପଡା ସ୍ଥିତ ସ୍ୱାତୀ ସୁପର ସ୍ପେସାଲିଟି କ୍ଲିନିକ୍‌ ପରିସରରେ କ୍ଲିନିକ୍‌ର ମାଲିକ ମୁନା ଗୋୟଲ ଗୋଟିଏ ସୁନ୍ଦର ବିଜୟ ଦିବସ ପାଳନ କରିଥିଲେ ଓ ଏହି ଅବସରରେ କହିଲେ ଯେ, ଆମ ଦେଶର ସୁନା ଝିଅମାନେ ତାଙ୍କର ଲୁକ୍କାୟିତ ପ୍ରତିଭାକୁ ଉଜାଗର କରି ଦେଶର ପ୍ରଗତିରେ ସହଭାଗିତା ଦେବାରେ ଅଗ୍ରଣୀ ହୋଇଛନ୍ତି ଆଉ ଦେଶ ପାଇଁ ଗୌରବ ଆଣିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମାରୱାଡି ମହିଳା ସମ୍ମେଳନର ଅଧ୍ୟକ୍ଷା ଲକ୍ଷ୍ମୀ ଅଗ୍ରୱାଲ ଉପସ୍ଥିତ ରହି ଭାରତୀୟ ମହିଳା କ୍ରିକେଟ ଖେଳାଳୀଙ୍କୁ ଶୁଭକାମନା ଦେଇ କହିଥିଲେ ଯେ, ସେମାନେ ଦେଶ ପାଇଁ ଗୌରବ ଆଣିଛନ୍ତି । ନାରୀମାନେ କୌଣସି କ୍ଷେତ୍ରରେ କମ ନୁହଁନ୍ତି, ଆଜି ଭାରତର ସର୍ବୋଚ୍ଚ ଆସନରେ ଜଣେ ନାରୀ ଆସିତ ହୋଇଛନ୍ତି । ଏହି ସଭାକୁ ବଳରାମ ମିଶ୍ର ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.