ଚନ୍ଦନଭାଟି ଶିଶୁ ମନ୍ଦିରରେ ସାଧାରଣତନ୍ତ୍ର ଦିବସ ପାଳିତ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଚନ୍ଦନଭାଟିଠାରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଘୋଷ ବାଦ୍ୟ ଓ ନାରା ସହିତ ବିଦ୍ୟାଳୟରୁ ସମସ୍ତ ଶିଶୁ ଭାଇଭଉଣୀ ଓ ଆଚାର୍ଯ୍ୟ, ଆଚାର୍ଯ୍ୟା ସକାଳ ଘ୭.୩୦ମି.ରେ ଚନ୍ଦନଭାଟି ଗ୍ରାମ ପରିକ୍ରମା କରିଥିଲେ ଓ ଘ.୮.୧୫ମି.ରେ ବିଦ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ଅବସରରେ ପ୍ରଧାନାଚାର୍ଯ୍ୟ ପ୍ରଭୁଦତ୍ତ ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଭାରତୀୟ ସୈନ୍ୟ ବିଭାଗରୁ ଅବସରପ୍ରାପ୍ତ ଜାମୁଟିଆ ଗ୍ରାମର ଅମରେଶ ଚନ୍ଦ୍ର ଖମାରୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ରାମଚନ୍ଦ୍ର ପ୍ରଧାନ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିବା ବେଳେ ସପ୍ତମ ଶ୍ରେଣୀର ଭଉଣୀମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ । ପ୍ରଧାନାଚାର୍ଯ୍ୟ ପ୍ରଭୁଦତ୍ତ ବିଶି ଅତିଥି ପରିଚୟ ତଥା ଉଦ୍ଦେଶ୍ୟ କଥନ କରିଥିଲେ । ସଭାପତି ରାମଚନ୍ଦ୍ର ପ୍ରଧାନ ସମ୍ବିଧାନର ସୁରକ୍ଷା ପାଇଁ ସମସ୍ତଙ୍କ କର୍ତ୍ତବ୍ୟ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ । ଆଚାର୍ଯ୍ୟ ଶତୃଘ୍ନ ସିଂହ ସମସ୍ତେ ନିଜ ନିଜର କର୍ତ୍ତବ୍ୟକୁ ସୂଚାରୁ ରୂପେ କଲେ ଦେଶର ଉନ୍ନତି ହେବ ବୋଲି ନିଜ ବକ୍ତବ୍ୟରେ ଆଲୋକପାତ କରିଥିଲେ । ଶିଶୁ ଭାଇଭଉଣୀ ସ୍ୱାଗତ ପୁଟେଲ, ଶିବନାରାୟଣ ମିଶ୍ର, ଅଞ୍ଜଳି ପଟେଲ, ଶିବମ୍ ସେନାପତି, ପ୍ରିୟବ୍ରତ ମେହେର, ଅରମାନ ମହାକୁର, ଇପ୍ସିତା ସେନାପତି, ସିଦ୍ଧି ଥନାପତି ମଧ୍ୟ ସାଧାରଣତନ୍ତ୍ର ଦିବସ ବିଷୟରେ ନିଜ ନିଜର ବକ୍ତୃତା ପ୍ରଦାନ କରିଥିଲେ । ଆଚାର୍ଯ୍ୟ ଦିଲ୍ଲୀପ ଥନାପତି ସଭା ସଂଯୋଜନା କରିଥିବା ବେଳେ ପରିଚାଳନା ସମିତିର ଯୁଗ୍ମ ସମ୍ପାଦକ ତେଜରାଜ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ତଥା ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମାପିତ ହୋଇଯାଇଛି ।

Leave A Reply

Your email address will not be published.

three × 4 =