pakka

ବଣାଇରେ ସାଧାରଣତନ୍ତ୍ର ଦିବସ ପାଳିତ

bbehera

ବଣାଇ, (ହବିବ ମହମ୍ମଦ ଖାନ) : ସମସ୍ତ ଭାରତ ଆଜି ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ବଣାଇ ଉପଖଣ୍ଡ ମଧ୍ୟ ଏଥିରୁ ବାଦ ପଡିନି । ଏ ପବିତ୍ର ଉତ୍ସବରେ ମୁଖ୍ୟ ଅତିଥି ବଣାଇ ଉପଜିଲ୍ଲାପାଳ ସୁରଞ୍ଜନ ସାହୁ ଅନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ନିଜ ଅଭିଭାଷଣରେ ସମାଜ ଏବଂ ଦେଶ ଗଠନରେ ବ୍ରତୀ ହୋଇ ବିକାଶମୁଖୀ ଯୋଜନା ଗୁଡିକର ପ୍ରତିଫଳନ ଦ୍ୱାରା ତ୍ୱରିତ ଲାଭ ଜନସାଧାରଣଙ୍କ ପାଖକୁ ପହଂଚାଇବା ପ୍ରଶାସନର ଗୁରୁଦାୟିତ୍ୱ ବୋଲି ଉଲ୍ଲେଖ କରିଥିଲେ । ମୁଖ୍ୟ ପରେଡରେ ସ୍କୁଲ କଲେଜର କଣ୍ଟିଜେଣ୍ଟଙ୍କ ଦ୍ୱାରା ଚିତ୍ତାକାର୍ଷକ ପରେଡର ଅଭିବାଦନ ମୁଖ୍ୟ ଅତିଥି ଗ୍ରହଣ କରିଥିଲେ । କୃତି ଛାତ୍ରଛାତ୍ରୀଙ୍କ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ପୁରସ୍କାର ଉପଜିଲ୍ଲାପାଳ ବିତରଣ କରିଥିଲେ । ସବୁଠାରୁ ହୃଦୟ ସ୍ପର୍ଶି ଥିଲା ବଣାଇ ମହାବିଦ୍ୟାଳୟର ଏନ୍‌ସିସି ଶିକ୍ଷକ ମୃତ୍ୟୁଞ୍ଜୟ ବ୍ରହ୍ମଙ୍କ ପରେଡ ପରିଚାଳନା । ଗତକାଲି ତାଙ୍କ ମାତୃ ବିୟୋଗ ହୋଇ ଶୋକାକୁଳ ପରିସ୍ଥିତିରେ ଥାଇ ମଧ୍ୟ ଦେଶମାତୃକାର ସେବା କରିବାକୁ ଅଗ୍ରାଧିକାର ଦେଇଥିଲେ । ବଣାଇ ଜନସାଧାରଣ ତାଙ୍କ ଦେଶପ୍ରେମରେ ଅଭିଭୂତ ହୋଇଥିଲେ ।

jay balangir
Leave A Reply

Your email address will not be published.

17 − 5 =