ମୁରିବାହାଲ ବ୍ଲକସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଗୁରୁବାର ସ୍ଥାନୀୟ ପଞ୍ଚାୟତି ଉଚ୍ଚ ବିଦ୍ୟାଳୟରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁରିବାହାଲ ପଞ୍ଚାୟତି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁନିଲ କୁମାର ପାତ୍ର ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ଉଦ୍ଦେଶ୍ୟକୁ ଆର୍.ପି. ତଥା ଶିକ୍ଷା ବିଭାଗ ଅଧ୍ୟାପକ ମମତା ସାହୁ ଓ ଓଡ଼ିଆ ଅଧ୍ୟାପକ ଭବାନୀ ପୋଢ଼ ସମ୍ପୂର୍ଣ୍ଣ ଭାବେ ଆଲୋକପାତ କରିଥିଲେ । ମୁରିବାହାଲ ବ୍ଲକର ସମସ୍ତ କ୍ଲଷ୍ଟରରୁ ପୌଢ ଶିକ୍ଷାର୍ଥୀମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏକ ବିରାଟ ସାକ୍ଷରତା ସଚେତନତା ରାଲି ମୁରିବାହାଲ ପଞ୍ଚାୟତି ଉଚ୍ଚ ବିଦ୍ୟାଳୟରୁ ବାହାରି ୟୁପି ସ୍କୁଲ ପର୍ଯ୍ୟନ୍ତ ଯାଇଥିଲା । କାର୍ଯ୍ୟକ୍ରମକୁ ଦୁଇ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାଶ ଚନ୍ଦ୍ର ଭୋଇ ଓ କାନ୍ତାରାମ ଧରୁଆ ପରିଚାଳନା କରିଥିଲେ । ସଦର ସିଆର୍‌ସିସି ହୃଷିକେଶ ଶିକା ଓ ସିଆର୍‌ସିସି ଲକ୍ଷ୍ମୀକାନ୍ତ ମହାନନ୍ଦ ପଞ୍ଜିକରଣ ଦାୟିତ୍ଵରେ ଥିଲେ । ସିଆର୍‌ସିସି ପଦ୍ମଲୋଚନ ତାଣ୍ଡି ସଭା ପରିଚାଳନା କରିଥିବା ବେଳେ ସିଆର୍‌ସିସି ବାସୁଦେବ ସେଠିଆ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ କ୍ଲଷ୍ଟରର ସିଆର୍‌ସିସି, ହାଇସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ, ବହୁ ପୌଢ଼ ଶିକ୍ଷାର୍ଥୀ ତଥା ସମସ୍ତ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.