pakka

ନିରାଡ଼ମ୍ବର ଭାବେ ଉତ୍କଳ ଦିବସ ପାଳନ ଆସନ୍ତା ଏପ୍ରିଲ ୧ରେ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ଦିବସ ପାଳନ ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ପୂର୍ବସୁରୀ ଓ ମହାମନିଷୀ ମାନଙ୍କ ଆପ୍ରାଣ ଉଦ୍ୟମ ଫଳରେ ଆମେ ୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ଆମ ଓଡ଼ିଆ ଭାଷାକୁ ନେଇ ସ୍ୱତନ୍ତ୍ର ପ୍ରଦେଶ ଓଡ଼ିଶା ଗଠନ କରାଯାଇଥିଲା । ଯାହା ସମଗ୍ର ଭାରତବର୍ଷରେ ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ମାନ୍ୟତା ପାଇଲା । ଏହାକୁ ମନେରଖିବା ପାଇଁ ପ୍ରତ୍ୟେକ ବର୍ଷ ଏପ୍ରିଲ ମାସ ୧ ତାରିଖକୁ ଉତ୍କଳ ଦିବସ ରୂପେ ପାଳନ କରି ଆସିଛୁ । ଏହାକୁ ଜାତି ଧର୍ମ ନିର୍ବିଶେଷରେ ବିଭିନ୍ନ ରାଜନୈତିକ ଦଳ, ସରକାରୀ, ବେସରକାରୀ, ସାହିତ୍ୟ, ସାଂସ୍କୃତିକ ଅନୁଷ୍ଠାନ ମହାସମାରୋହରେ ପାଳନ କରିଥାନ୍ତି । ଏହି ଅବସରରେ ପୂର୍ବସୁରୀମାନଙ୍କ ସ୍ମୃତି ଚାରଣ କରି ଶ୍ରଦ୍ଧା ଅର୍ପଣ କରିଥାଆନ୍ତି । ତେବେ ଚଳିତବର୍ଷ ନିର୍ବାଚନ ଥିବାରୁ ଏହି ଦିବସର ପାଳନ ହେବା ନହେବା ନେଇ ଅନିଶ୍ଚିତତା ଦେଖାଦେଇଥିଲା । ତେବେ ସହରର ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତାଗଣ ଏନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଏ ସମ୍ପର୍କରେ ଅବଗତ କରାଇଥିଲେ । ତେବେ ଆଜି ଉତ୍କଳ ସମ୍ମିଳନୀର ସମ୍ପାଦକ ଅକ୍ଷୟ ଦାସ ଓ ଉତ୍କଳମେଲ୍‌ର ସମ୍ପାଦକ ଡ. ପୀତବାସ ମିଶ୍ରଙ୍କ ନେତୃତ୍ୱରେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାଗଣ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭେଟି ଆଲୋଚନା କରିଥିଲେ । ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ସୀମା ଫତିମା ଏକ୍କାଙ୍କ ଉପସ୍ଥିତିରେ ହୋଇଥିବା ଏହି ଆଲୋଚନାଚକ୍ରରେ ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଉତ୍କଳ ଦିବସ ପାଳନ କରାଯିବ । ତେବେ ପୂର୍ବ ବର୍ଷ ଭଳି ଆଡ଼ମ୍ବରପୂର୍ଣ୍ଣ ନ କରାଯାଇ ସହରରେ ଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ ଓ ସନ୍ଧ୍ୟାବେଳେ ମହାନଗର ନିଗମର କାର୍ଯ୍ୟାଳୟଠାରେ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ସରକାରୀ ସ୍ତରରେ ମଧୁସୂଦନ ମାର୍ଗ ସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ସାଢେ ୮ଟାରେ ମାଲ୍ୟାର୍ପଣ କରାଯିବ । ଏଥିରେ ସହରର ବିଭିନ୍ନ ସାହିତ୍ୟ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତାଗଣ ଯୋଗଦେବା ପାଇଁ ଅନୁରୋଧ କରାଯାଉଛି । ଆଜିର ଏହି ଆଲୋଚନା ବେଳେ ସହରର ବିଭିନ୍ନ ଅନୁଷ୍ଠାନ ଯଥା ପ୍ରଗତି ଉତ୍କଳ ସଂଘ, ଗୋପବନ୍ଧୁ ପାଠାଗାର, ବାସନ୍ତୀ ପାଠାଗାର, ଉତ୍କଳମଣି ଗୋପବନ୍ଧୁ ୱଲଫେୟାର ଟ୍ରଷ୍ଟ, କ୍ଲିନ୍ ଆଣ୍ଡ ଗ୍ରୀନ୍, ଭଜକୃଷ୍ଣ ସାରସ୍ଵତ ସ୍ମୃତି ସଂସଦ, ସଚେତନ ନାଗରିକ ମଞ୍ଚ, ଉତ୍କଳ ସମ୍ମିଳନୀ, ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରୀୟ ମହାସଭା, ସେବା ଶ୍ରଦ୍ଧା ସହଯୋଗ ସମିତି, ବସୁଧୈବ କୁଟୁମ୍ବକମ୍, ଧାମରା ସଂଘ, ଉତ୍କଳମେଲ୍‌, ସଂକଳ୍ପ, ଆଦର୍ଶ ପାଠାଗାର, ମଧୁସୂଦନ ପାଠାଗାର, ସୂବର୍ଣ୍ଣରେଖା, ସୁନାଫୁଲ ସାହିତ୍ୟ ସଂସଦ, ଅଗ୍ରଗାମିନୀ, ଶାରଳା ସାଂସ୍କୃତିକ ପରିଷଦ, ଆର୍‌ଏସ୍‌ପି ଅବସରପ୍ରାପ୍ତ କର୍ମଚାରୀ ସଂଘ, ଯୁବ ହଷ୍ଟେଲ, ଫାଇନ ଆର୍ଟ ଏକାଡେମୀ, କଳିଙ୍ଗ ବିକାଶ ପରିଷଦ, ସ୍ୱସ୍ତି, ଥିଙ୍କର୍ସ ଫୋରମ୍, ପ୍ରଗତି ବରସୁଆ, ଅନ୍ୱେଷଣ, ଶିଳ୍ପାଞ୍ଚଳ ଲେଖକ ସମାଜ ତରଫରୁ ବସନ୍ତ କୁମାର ନାୟକ, ଅରବିନ୍ଦ ପାତ୍ର, ଅଜୟ ପ୍ରଧାନ, ଅରୁଣ କୁମାର ପରିଡ଼ା, ରାଧାମୋହନ ନାୟକ, କୁଞ୍ଜବିହାରୀ ରାଉତ, ହରିହର ଶତପଥୀ, ଅକ୍ଷୟ କୁମାର ଧଳ, ତପସ୍ୱିନୀ ବହିଦାର, ସସ୍ମିତା ପ୍ରଧାନ, ବିଚିତ୍ରାନନ୍ଦ ସାହୁ, ନଳିନୀକାନ୍ତ ଧର, ମନୋରଞ୍ଜନ ଦାସ, ନିରଞ୍ଜନ ସାମଲ, ସରୋଜ ପାତ୍ର, ଜ୍ଞାନରଞ୍ଜନ ମିଶ୍ର, ବଳରାମ ଦାଶ, ସଚଳା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

jay balangir
Leave A Reply

Your email address will not be published.

nine + 17 =

error: Content is protected !!