ବସ୍‌ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦୁଇ ମୃତକଙ୍କ ପରିଚୟ ମିଳିଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର – ସୋନପୁର ୫୭ ନମ୍ବର ଜାତୀୟ ରାଜପଥ ଭଦ୍ରାପାଲି ଛକ ପାଖରେ ଆଜି ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨ ଜଣ ଯୁବକ ବେଦାନ୍ତରେ ଚାକିରି କରୁଥିବା ବେଳେ ସେମାନେ ସୁବଳୟାରୁ ବାହାରି ବାଇକ୍‌ ଯୋଗେ ଲାଂଜିଗଡ଼ ଅଭିମୁଖେ ଯାଉଥିଲେ । ଫୁଲବାଣୀ ଯାଉଥିବା ଓଏସ୍‌ଆର୍‌ଟିସି ବସ୍‌ ବଲାଙ୍ଗିର ପଟୁ ଯିବା ବେଳେ ଭଦ୍ରାପାଲି ଛକ ପାଖରେ ଧକ୍କା ଦେଇଥିଲା ଏବଂ ଘଟଣା ସ୍ଥଳରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିଲା । ଗମ୍ଭାରୀପାଲିର ନରେଶ ସାହୁ ଏବଂ ସୁବଳୟାର ହିମାଂଶୁ ଶେଖର ମହାପାତ୍ର ଦୁହେଁ ଗୋଟିଏ ମୋଟର ସାଇକେଲ୍‌ ନଂ. ଓଡ଼ି୧୫ୱାଇ୭୯୮୩ରେ ସୁବଳୟାରୁ ବାହାରିଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣାର ସମ୍ମୁଖୀନ ହୋଇ ପ୍ରାଣ ହରାଇଛନ୍ତି । ଦୁର୍ଘଟଣା ସ୍ଥଳରୁ ପୋଲିସ ଶବ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌କୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ରାସ୍ତା ଉପରେ ଗଛ ପଡ଼ିଥିବା ଯୋଗୁଁ ବସ୍‌ଟି ସାଇଟ୍‌ ହୋଇ ଆସୁଥିବା ବେଳେ ଏଭଳି ଘଟଣା ଘଟିଥିବା ମୃତ ହିମାଂଶୁଙ୍କ ସଂପର୍କୀୟ କହିଛନ୍ତି ।

Leave A Reply

Your email address will not be published.

thirteen + 2 =