pakka

ପାଟଣାଗଡ଼ ପାଇଁ ସରୋଜଙ୍କୁ ମିଳିଲା ବିଜେଡ଼ି ବିଧାୟକ ଟିକେଟ୍‌

bbehera

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ରେ ବିଜେଡ଼ି ବିଧାୟକ ପ୍ରାର୍ଥୀ ହେଲେ ବିଧାୟକ ସରୋଜ କୁମାର ମେହେର । ଗତ ନିର୍ବାଚନରେ ଦୀର୍ଘ ଦିନରୁ ବିଜେପିର ଗଡ଼ ଭାବେ ପରିଚିତ ପାଟଣାଗଡ଼ ଆସନରେ ବିଜେଡ଼ି ପକ୍ଷରୁ ନିର୍ବାଚନ ମଇଦାନକୁ ଓହ୍ଲାଇ ବାଜିମାତ୍‌ କରିଥିଲେ ସରୋଜ । ବିଜେପିର ଛାମୁଆ ନେତା କନକ ବର୍ଦ୍ଧନ ସିଂହଦେଓଙ୍କୁ ପରାସ୍ତ କରି ହାତେଇ ଥିଲେ ବିଧାୟକ ଆସନ । ଚଳିତ ଥର ପୁଣି ବିଜୁ ଜନତା ଦଳ ତାଙ୍କ ଉପରେ ଭରସା ରଖି ଟିକେଟ୍‌ ଦେଇଛି । ବିଜେଡ଼ିର ପ୍ରଥମ ପ୍ରାର୍ଥୀ ତାଲିକାରେ ଶ୍ରୀ ମେହେରଙ୍କ ନାମ ଆଜି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ପାଟଣାଗଡ଼ରେ ଚାଲିଥିବା ନାନା କଳ୍ପନାର ଅନ୍ତ ଘଟିଛି । ଆଜି ବିଧାୟକ ପ୍ରାର୍ଥୀ ଭାବେ ସରୋଜ କୁମାର ମେହେରଙ୍କ ନାମ ଘୋଷଣା ହେବା ପରେ ପାଟଣାଗଡ଼ ବିଜେଡ଼ି କର୍ମକତ୍ତାଙ୍କ ମଧ୍ୟରେ ତଥା ସରୋଜଙ୍କ ବନ୍ଧୁବର୍ଗ, ଶୁଭେଚ୍ଛୁଙ୍କ ମହଲରେ ଖୁସିର ମାହୋଲ୍‌ ଦେଖିବାକୁ ମିଳିଛି ।

Leave A Reply

Your email address will not be published.

14 − 1 =