ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଲୋଇସିଂହାରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଲୋଇସିଂହାରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ଶିବପ୍ରସାଦ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୁରୁମା ମନୀଷା ମହାକୁର ଉଦ୍ଦେଶ୍ୟ କଥନ କରିଥିବା ବେଳେ ମମତା ଦାଶ ବିଜ୍ଞାନ ଦିବସ ବିଷୟରେ ଆଲୋକପାତ କରିଥିଲେ । ନିତ୍ୟାନନ୍ଦ ପଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ । ଏହି ଅବସରରେ ଶିଶୁମାନଙ୍କ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ, ବକୃତା, ଚିତ୍ରାଙ୍କନ, କୁଇଜ୍, ଅମୃତ କଳସ ପ୍ରତିଯୋଗିତା ଆୟୋଜନ ହୋଇଥିଲା । ରମଣ ପ୍ରଭାବ ବିଷୟରେ ପ୍ରୋଜେକ୍ଟର ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା ।

Leave A Reply

Your email address will not be published.

five − 3 =