ରାଜ୍ୟସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ରାମଜୀ ଯୁବକ ସଂଘ ତରଫରୁ ଚାଲିଥିବା କୋଶଲି ନାଟବାଦୀ-ନାଟଯାତ୍ରାର ଚତୁର୍ଥ ରଜନୀରେ ମଂଚସ୍ଥ ହୋଇଛି ଡ. ତୁଷାରକାନ୍ତ ସାହୁଙ୍କ ନିର୍ଦ୍ଦେଶିତ କୋଶଲି ନାଟକ “ଡାହି” । ବିଜ୍ଞାନ ବଳରେ ମଣିଷ ଚନ୍ଦ୍ରଲୋକରେ ପଦାର୍ପଣ କରିସାରିଥିବା ବେଳେ ମଧ୍ୟ ଆଜି ପର୍ଯ୍ୟନ୍ତ ଅନ୍ଧ ବିଶ୍ୱାସ ସମାଜରୁ ହଟି ପାରି ନାହିଁ । ଏହି କଥାବସ୍ତୁକୁ ନେଇ ସୋହେଲାର ଡ୍ରାମା ଚେତନା ଅନୁଷ୍ଠାନର କଳାକାରମାନେ ସୁନ୍ଦର ଭାବରେ ପରିବେଷଣ କରିଥିଲେ ନାଟକ “ଡାହି” । ଦ୍ୱିତୀୟ ନାଟକଟି ଅଶୋକ ବହିଦାରଙ୍କ ଲିଖିତ ତଥା ଚିତରଞ୍ଜନ ଦାଶଙ୍କ ନିର୍ଦ୍ଦେଶିତ ନାଟକ “କବାଡି ସାମାନ” । ଏହି ନାଟକକୁ ପରିବେଷଣ କରିଥିଲେ ବଲାଙ୍ଗିରର ପ୍ରତିଷ୍ଠିତ ନାଟ୍ୟ ଅନୁଷ୍ଠାନ “ଭୂମିକା”ର କଳାକାର । ଉଭୟ ନାଟକଟି ଜୀବନ୍ତ ଥିଲା ଏବଂ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା । ଶେଷରେ ଦେଓଗାଁ ବ୍ଲକ ଚନ୍ଦ୍ରପୁର ଶ୍ରୀରାମଜୀ କଳାପରିଷଦ ତରଫରୁ ରାମଲୀଳା “ସୀତା ଠାବ” ନାଟକ ହୋଇଛି । ଆଜି ଅତିଥି ଭାବରେ ସାଇଟ୍‌ କଲେଜ ଇଞ୍ଜିନିୟରିଂ ପ୍ରିନସିପାଲ ନମିତା ପଟେଲ, ନର୍ସିଂ ପ୍ରିନସିପାଲ ଲୋପାମୁଦ୍ରା ମିଶ୍ର ଓ ଆଇ.ଟି.ଆଇ. ପ୍ରିନସିପାଲ ସନ୍ତୋଷ ବ୍ରହ୍ମା ଯୋଗଦାନ କରି କଳାକାରମାନଙ୍କୁ ପୁରସ୍କୃତ କରିବା ସଙ୍ଗେ ସଙ୍ଗେ ନାଟକଟି ସମାଜର ଦର୍ପଣ ବୋଲି ବର୍ଣ୍ଣନା କରିଥିଲେ । ପୁନଶ୍ଚ ଦିନକୁ ଦିନ ହଜି ଯାଉଥିବା ରାମଲୀଳାକୁ ଉଦ୍‌ଜ୍ଜୀବିତ କରିବାରେ ଚନ୍ଦ୍ରପୁରର କଳାକାରମାନଙ୍କୁ ସାଧୁବାଦ ଜଣାଇଥିଲେ । ଶେଷରେ ଆୟୋଜକ କମିଟିର ସଂପାଦକ ଡ. ନାରାୟଣ ପ୍ରସାଦ ମିଶ୍ର ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

3 × 5 =