csstore

ବଲାଙ୍ଗିର ଆକାଶବାଣୀରେ ବିଶ୍ୱ ରେଡ଼ିଓ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆକାଶବାଣୀ କେନ୍ଦ୍ରଠାରେ ବିଶ୍ୱ ରେଡ଼ିଓ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭବାନୀପାଟଣା କ୍ଲଷ୍ଟର ମୁଖ୍ୟ ଡେପୁଟି ଡାଇରେକ୍ଟର ଜେନେରାଲ ମଦନ କୁମାର ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ରେଡ଼ିଓ ଯାତ୍ରା ନାମରେ ଏକ ରେଡ଼ିଓ ପ୍ରଦର୍ଶନୀ ଆୟୋଜିତ କରାଯିବା ସହ ବିଶ୍ୱ ରେଡ଼ିଓ ଜନ୍ମଦିନ ପାଇଁ କେକ୍‌ କାଟି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଯୁଗ ବଦଳିବା ସହ ଶ୍ରୋତାମାନଙ୍କ ଆଗ୍ରହ ଓ ଚିନ୍ତାଧାରା ବଦଳିଥିଲେ ମଧ୍ୟ ଏବେ ବି ଆକାଶବାଣୀ ବା ରେଡିଓର କାଟତି ବିଶ୍ୱ ସାରା ରହିଛି ଓ ରହିବ ବୋଲି ମୁଖ୍ୟ ଅତିଥି ଶ୍ରୀ ସିଂ ପ୍ରକାଶ କରିଥିଲେ । ବଲାଙ୍ଗିର କେନ୍ଦ୍ର ମୁଖ୍ୟ ମନୋଜ ପୂଜାରୀ ଓ ଯାନ୍ତ୍ରିକ ବିଭାଗର ମୁଖ୍ୟ ବିଜୟ କୁମାର ପୁରୋହିତ ମଧ୍ୟ ମଂଚାସୀନ ଥିଲେ । ଯାନ୍ତ୍ରିକ ସହାୟକ ପ୍ରତାପ ଚନ୍ଦ୍ର ଆଚାର୍ଯ୍ୟଙ୍କ ସମେତ ଅନ୍ୟ ଉଦ୍‌ଘୋଷକ, ଉଦ୍‌ଘୋଷିକା, ଉପସ୍ଥାପକ, ଉପସ୍ଥାପିକାମାନଙ୍କ ବକ୍ତବ୍ୟ ପ୍ରଦାନ ପରେ ବଲାଙ୍ଗିର ଜିଲ୍ଲାର କିଛି ବଛାବଛା ପୁରାତନ ରେଡ଼ିଓ ଶ୍ରୋତା ନୀଲୁ କୁମାର ଦାଶ, ପଙ୍କଜ ସାହୁ, ପ୍ରଦୀପ କୁମାର ନାଏକ, ଏଲ୍‌ କ୍ରିଷ୍ଣା ରାଓ, ଶଶିକାନ୍ତ ସାହୁ ତାଙ୍କ ରେଡ଼ିଓ ସହ ସମ୍ପର୍କ ଓ ଅନୁଭୂତି ବର୍ଣ୍ଣନା କରିଥିଲେ । ପରେ ମୁଖ୍ୟ ଅତିଥି ଶ୍ରୀ ସିଂ ଉପସ୍ଥିତ ପୁରାତନ ଶ୍ରୋତାମାନଙ୍କୁ ସାମ୍ମନିତ କରିଥିଲେ ।

jayashree
Leave A Reply

Your email address will not be published.