pakka

ସିଲ୍‌କୀ ରେଷ୍ଟୋରାଣ୍ଟକୁ ଧୂଳିସାତ କଲା ବଲାଙ୍ଗିର ଜିଲ୍ଲା ପ୍ରଶାସନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ଜମିକୁ କବ୍‌ଜା କରି ଏକ ବିରାଟ ରେଷ୍ଟୋରାଣ୍ଟ ଖୋଲା ଯାଇଥିବା ବେଳେ ଅଭିଯୋଗକୁ ଭିତ୍ତି କରି ଧୂଳିସାତ କରିଛି ବଲାଙ୍ଗିର ଜିଲ୍ଲା ପ୍ରଶାସନ । ବାରମ୍ବାର ନୋଟିସ୍‌ ପରେ ମଧ୍ୟ ରେଷ୍ଟୋରାଣ୍ଟ ମାଲିକ ନୋଟିସକୁ ବେଖାତିର କରି ଚାଲିଥିବା ବେଳେ ଜିଲ୍ଲା ପ୍ରଶାସନ ତରଫରୁ ଜେସିବି ଲାଗାଇ ଭାଙ୍ଗି ଦିଆଯାଇଛି ରେଷ୍ଟୋରାଣ୍ଟ ବୋଲି ସୂଚନା ମଳିଛି । ସୂଚନା ଅନୁସାରେ ବଲାଙ୍ଗିର-ପାଟଣାଗଡ ରାସ୍ତାରେ ଲିଟିଲ ଫ୍ଲାୱାର ସ୍କୁଲ ନିକଟରେ ରହିଥିଲା ସିଲ୍‌କୀ ରେଷ୍ଟୋରାଣ୍ଟ । ସରକାରୀ ଜାଗାକୁ ଜବରଦଖଲ କରି ନିର୍ମାଣ କରିଥିବା ନେଇ ଅଭିଯୋଗ ରହିଥିଲା । ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇ ଏହି ରେଷ୍ଟୋରାଣ୍ଟକୁ ଭଙ୍ଗା ଯାଇଛି । ଏହି କଡା କାର୍ୟ୍ୟାନୁଷ୍ଠାନ ସମୟରେ ଉପଜିଲ୍ଲାପାଳ କୁମାର ନାଗଭୂଷଣ ତହସିଲଦାର ଡ. ପୁଷ୍ପାଞ୍ଜଳି ପଣ୍ଡା, ଏସ୍‌ଡିପିଓ ତୋଫାନ ବାଗ, ଟାଉନ୍‌ ଥାନା ଆଇଆଇସି କେ. ପ୍ରିୟଙ୍କା ରାଉତରାୟଙ୍କ ସହ ଅନ୍ୟ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

2 × 5 =

error: Content is protected !!