jayashree

ସିଇସିଙ୍କ ବହିଷ୍କାର ଦାବିରେ କଂଗ୍ରେସର ବିକ୍ଷୋଭ : ପୋଲିସ ସହ ଧସ୍ତାଧସ୍ତି

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଭାରତର ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ତଥା ଗିରଫ ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ସୁବର୍ଣ୍ଣପୁରରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗତ ସେପ୍ଟେମ୍ବର ୨୫ ତାରିଖରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନରେ ସାରା ରାଜ୍ୟରେ ଏହି ଆନ୍ଦୋଳନ ହୋଇଥିଲା । ଅଭିଯୋଗ ଅନୁଯାୟୀ, ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା ଏବଂ ସ୍ୱତନ୍ତ୍ର ଗଭୀର ସଂଶୋଧନ (ଏସ୍‌ଆଇଆର୍‌) ନାମରେ ଭୋଟର ତାଲିକାରେ ଅନିୟମିତତା ହୋଇଛି । ଏହାକୁ ନେଇ କଂଗ୍ରେସ ସମେତ ବିରୋଧୀ ଦଳ ସିଇସି ଜ୍ଞାନେଶ କୁମାରଙ୍କୁ ତୁରନ୍ତ ହଟାଇବା ଓ ଗିରଫ କରିବା ପାଇଁ ଦାବି କରିଛନ୍ତି । ଏପରିକି ନିର୍ବାଚନ ଆୟୋଗ ପକ୍ଷରୁ ନିଆଯାଉଥିବା କୌଣସି ପଦକ୍ଷେପକୁ ଚ୍ୟାଲେଞ୍ଜ କରାଯାଇପାରିବ ନାହିଁ ବୋଲି କେନ୍ଦ୍ର ସରକାର ଏକ ବିଲ୍ ପାସ କରିଛନ୍ତି । ଯାହାକି ଗଣତନ୍ତ୍ର ପାଇଁ ଆଦୌ ଶୁଭକର ନୁହେଁ ବୋଲି ଦଳ ପକ୍ଷରୁ କୁହାଯାଇଛି । ଏ ନେଇ ସୁବର୍ଣ୍ଣପୁର କଂଗ୍ରେସ ପକ୍ଷରୁ ରଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଭାରପ୍ରାପ୍ତ ଜିଲ୍ଲାପାଳଙ୍କୁ ଦଳ ପକ୍ଷରୁ ଏକ ଦାବିପତ୍ର ଦିଆଯାଇଛି । ଏ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିବା ସହ ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାସହ ରାଜ୍ୟ ସରକାରଙ୍କ ଅଧିନରେ ରହିଥିବା ସମସ୍ତ ଖଣି ଖାଦାନକୁ କେନ୍ଦ୍ର ସରକାରଙ୍କ ନିଜ ଅଧିନକୁ ନେଇଯାଇଛନ୍ତି । ଫଳରେ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ପାଇବାରୁ ବଂଚିତ ରହିବା ଫଳରେ କେନ୍ଦ୍ର ସରକାର ଆଣିଥିବା ଏମ୍‌ଏମ୍‌ଡିଆର୍‌ ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ମଧ୍ୟ ଦଳ ପକ୍ଷରୁ ଏହି ଦାବିପତ୍ରରେ ଦର୍ଶାଯାଇଛି । ଏହି ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ମଧ୍ୟ ଇସ୍ତଫା ଦାବି କରାଯାଇଛି । ଜିଲ୍ଲା କଂଗ୍ରେସ କମିଟି ସଭାପତି ବିନୋଦ ପାତ୍ରଙ୍କ ନେତୃତ୍ୱରେ ପିସିସି ସମ୍ପାଦକ ସଂଗ୍ରାମ କେଶରୀ ନାୟକ, ଲବ କୁମାର ସାହୁ, ପ୍ରିୟବ୍ରତ ସାହୁ, ସୁଧିର ପଣ୍ଡା, ବସନ୍ତ ମାହାକୁଡ, ଶେଷଦେବ ମେହେର, ମାଧବ କୁମ୍ଭାର, ପ୍ରମୋଦ ଗୁରୁ, ହୃଷିକେଶ କର୍ଣ୍ଣ, କାର୍ତ୍ତିକ ନାଗ, ଇଛମନ ସୁନା, ବରଣୁ ସୁନା, ଚିତ୍ତ ରଞ୍ଜନ କୁମ୍ଭାର, ରଞ୍ଜିତ ରାଏ, ଭବାନୀ ଦୀପ, ପ୍ରଭୁଦତ୍ତ ବସ୍ତିଆ, ଭୀଷ୍ମଦେବ ମଲ୍ଲିକ, ସୁରୁବାବୁ ନନ୍ଦ, ଭରତ ଜେନା, ସୁଦାମ ମେହେର, ମୁକୁନ୍ଦ ବିଶ୍ଵାଳ ପ୍ରମୁଖଙ୍କ ସହ ଜିଲ୍ଲାର ସମସ୍ତ ବ୍ଲକ୍ କମିଟିର କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.