om academy

ଧର୍ମ ପରାୟଣା ମହିଳାଙ୍କ ପରଲୋକ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ରାତି ୧୧ ଘଣ୍ଟା ସମୟରେ କୁମୁଦିନୀ ମହାନ୍ତିଙ୍କ ୮୮ ବର୍ଷ ବୟସରେ ପରଲୋକ ଘଟିଛି । ସେ ଦୀର୍ଘ ଦିନ ଧରି ଶଯ୍ୟାଶାୟୀ ଅବସ୍ଥାରେ ତାଙ୍କର ଭାଇ ଗଜେନ୍ଦ୍ର ପ୍ରସାଦ ଦାସଙ୍କ ଭେଉଁରିଆ ଛକ ସ୍ଥିତ ବାସ ଭବନରେ ରହୁଥିଲେ । ଅନେକ ଦିନରୁ ତାଙ୍କର ସ୍ୱାମୀଙ୍କ ପରଲୋକ ହୋଇସାରିଛି । ସେ ଜଣେ ଧର୍ମ ପରାୟଣା ଓ ମିଷ୍ଟଭାଷୀ ମହିଳା ଭାବେ ସବୁଠି ପରିଚିତ ଥିଲେ । ଆଜି ସକାଳେ କୁସୁମପଲ୍ଲୀ ଠାରେ ତାଙ୍କର ମରଶରୀରକୁ ଦାହ କରାଯାଇଥିଲା । ସେ ନିଃ ସନ୍ତାନ ଥିବାରୁ ତାଙ୍କର ପୁତୁରା ଡଃ ସୁଦିପ୍ତ ଦାସ ମୁଖାଗ୍ମି ଦେଇଥିଲେ ।

Leave A Reply

Your email address will not be published.