ଜାତୀୟ ରାଜପଥ କଡରେ ଡ୍ରାଇଭର ସଙ୍ଘ ସଦସ୍ୟଙ୍କ ଧାରଣା

ନିମବାହାଳି : ୫୫ ନମ୍ବର ଜାତୀୟ ରାଜପଥ ଓଡ଼ାପଡ଼ା ବ୍ଲକ ମୋଟଙ୍ଗା ଥାନା ଅନ୍ତର୍ଗତ ମୋଟଙ୍ଗା ବାଇପାସ୍ ଛକରେ ଜାତୀୟ ରାଜପଥ କଡରେ ଧାରଣା ଦେଲେ ଡ୍ରାଇଭର ସଙ୍ଘ । ବିଭିନ୍ନ ଦାବୀ ନେଇ ଡ୍ରାଇଭର ମାନେ ଷ୍ଟିୟରିଙ୍ଗ ଛାଡ଼ କରିବା ସହିତ ଜାତୀୟ ରାଜପଥ କଡରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଛନ୍ତି । ଘଟଣା ସ୍ଥଳରେ ମୋଟଙ୍ଗା ପୁଲିସ ପହଞ୍ଚି ଡ୍ରାଇଭରଙ୍କ ଆନ୍ଦୋଳନ ଉପରେ ନଜର ରଖିଛି । କୌଣସି ଅପ୍ରୀତିକର ପରିସ୍ଥିତି ଯେଭଳି ନ ଉପୁଜେ ସେ ନେଇ ପୋଲିସ ସତର୍କ ରହିଛି । ଡ୍ରାଇଭରଙ୍କ ଆନ୍ଦୋଳନ ଫଳରେ ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.

2 − 1 =