ଧାନ ବିକ୍ରି ଦାବୀରେ ଚାଷୀମାନଙ୍କ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଧାରଣା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଭେଡେନ ବ୍ଲକ ଅନ୍ତର୍ଗତ ସାଲେପାଲି ଗାଁର ଶତାଧିକ ଚାଷୀ ଆଜି ଧାନ ବିକ୍ରି ଦାବୀରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେଇଥିଲେ । ଚାଷୀମାନଙ୍କ ପାଖରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦତ୍ତ ଟୋକନ ମଧ୍ୟ ରହିଛି, କିନ୍ତୁ ମିଲର୍ସ ମାନେ ଧାନ ସଂଗ୍ରହ କରୁନାହାନ୍ତି । ଫଳରେ ଉକ୍ତ ବଜାର ପ୍ରାଙ୍ଗଣରେ ପ୍ରାୟ ଦଶ ହଜାରରୁ ଅଧିକ ବସ୍ତା ଧାନ ବିକ୍ରି ନ ହୋଇ ପଡି ରହିଛି । ଅପରପକ୍ଷରେ ଜିଲ୍ଲାରେ ମୌସମୀ ବର୍ଷା ପ୍ରତ୍ୟେହ ଲାଗି ରହିଛି । ଯଦ୍ୱାରାକି ବର୍ଷାରେ ଭିଜି ଅନେକ ଚାଷୀଙ୍କ ଧାନ ଗଜା ହେବା ଆରମ୍ଭ ହେଲାଣି । ମଣ୍ଡିରୁ ସମସ୍ତ ଧାନ ଉଠାଇ ବାକୁ ଚାଷୀ ମାନେ ଦାବୀ କରିଥିଲେ ।

Leave A Reply

Your email address will not be published.

9 + 13 =