ଆମ ଗାଁ ସଂସ୍କୃତି ଶିକ୍ଷା ସଦନ ଶିକ୍ଷାକେନ୍ଦ୍ର ଉଦଘାଟିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଂଚାୟତର ସାହାଯୋଟ ଗ୍ରାମର କଳାପ୍ରେମୀ ପାତଲପଡା ଏବଂ ସାଗୁନଭାଡି ଗ୍ରାମର ମିଳିତ ଉଦ୍ୟମ ଓ ପ୍ରଚେଷ୍ଟାରେ ଆମ ଗାଁ ସଂସ୍କୃତି ଶିକ୍ଷା ସଦନ ନାମରେ ଏକ ଶିକ୍ଷା ସଦନ ନାମରେ ଏକ ଶିକ୍ଷାକେନ୍ଦ୍ର ଉଦଘାଟିତ ହୋଇଯାଇଛି । ଏହି ତିନୋଟି ଗ୍ରାମର ଇଚ୍ଛୁକ ଛାତ୍ରଛାତ୍ରୀମାନଙ୍କ ଅନୁରୋଧ ଓ ଜନସାଧାରଣ ତଥା ଅଭିଭାବକ ମାନଙ୍କ ସହଯୋଗରେ ଏହି ଶିକ୍ଷାକେନ୍ଦ୍ର ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଓଡିଶୀ ଗୁରୁ ପ୍ରକୃତିବନ୍ଧୁ ରବିନ୍ଦ୍ର ସାଏ, ୱାର୍ଡ ମେମ୍ବର ବିପିନ ଘିଭେଲା, ଶିକ୍ଷୟତ୍ରୀ ରିତା ବାଗ, ନାଟ୍ୟ ଅଭିନେତା ନବୀନ ଦେବଗୁରୁ, ଚମ୍ବରୁ ବାଗ, ହର୍ଜିତ ବାଗ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । କୋଭିଡ କଟକଣାକୁ ମାନି ଅଳ୍ପ ଛାତ୍ରୀ ଉପସ୍ଥିତ ରହି ମାଁ ସରସ୍ୱତୀଙ୍କ ବନ୍ଦନା ପରିବେଷଣ କରିଥିଲେ । ମାଁ ବାଗଦେବୀ ଓ ମାଁ ଦ୍ୱାରସେନୀଙ୍କୁ ପୂଜାର୍ଚ୍ଚନା କରି ଧୂପ, ଦୀପ, ଫୁଲ ନଡିଆ ଆଦି ଅର୍ପଣ କରି ଉକ୍ତ ଶିକ୍ଷା ସଦନକୁ ଉଦଘାଟନ କରିଥିଲେ । ନବୀନ ଦେବଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ବଲ୍ଲଭ ସୁନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.

two × one =