
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ଗାଈ ଗୁହାଳ ପ୍ରାପ୍ୟ ପ୍ରଦାନ ଦାବି ନେଇ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ବଙ୍ଗୋମୁଣ୍ଡା ବ୍ଲକ ଖଇରା ପଞ୍ଚାୟତ ଅନ୍ତର୍ଗତ ଲୁକାପଡା ଗାଁର ହିତାଧିକାରୀ ବୃଷଭ ମାଝୀ । ସେ ଗତ ୨ ବର୍ଷ ତଳେ ଗାଈ ଗୁହାଳ କାମ ସମ୍ପୂର୍ଣ୍ଣ ପରେ ମଧ୍ୟ ପ୍ରାପ୍ୟ ପାଇନଥିବାରୁ ଖଇରା ଗ୍ରାମ ପଞ୍ଚାୟତର କର୍ମଚାରୀଙ୍କ ଠାରୁ ଆରମ୍ଭ କରି ବଙ୍ଗୋମୁଣ୍ଡା ବ୍ଲକର ଅଧିକାରୀଙ୍କ ଠାରେ ଅଭିଯୋଗ କରିବା ପରେ ମଧ୍ୟ କୌଣସି ପଦକ୍ଷେପ ନେଇ ନ ଥିବାରୁ ବାଧ୍ୟ ହୋଇ ଆଜି ବଙ୍ଗୋମୁଣ୍ଡା ବ୍ଲକ ସମ୍ମୁଖରେ ଧାରଣା ଦେଇଛନ୍ତି । କାମକରି ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଧ୍ୟାନ ଦେଉନାହାନ୍ତି । ଚାଷୀ ଜଣକ ଗାଈ ଗୁହାଳ ନିର୍ମାଣ କରି ଟଙ୍କା ପାଇଁ ହିତାଧିକାରୀ ଲିଖିତ ଅଭିଯୋଗ ପରେ ମଧ୍ୟ ସମସ୍ୟାର ସମାଧାନ କରାଯାଇନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରାପ୍ୟ ନ ମିଳିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଥିଲେ । ଏହି ଧାରଣାକୁ ସମର୍ଥନ କରିଛନ୍ତି ବଙ୍ଗୋମୁଣ୍ଡା ଅଞ୍ଚଳର ସୂଚନା ଅଧିକାର କର୍ମୀ ଥବିର ବାଗ । ପରେ ଧାରଣା ସ୍ଥଳକୁ ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିତୁଶ୍ରୀ ମେହେର ପହଞ୍ଚି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।