pr

ତଲାଗା ଠାରେ ନୂତନ ଧାନ ମଣ୍ଡି ଉଦ୍‌ଘାଟିତ

dr. purohit

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ ପୋଡ଼ାଗୁଡା ପଞ୍ଚାୟତ ତଲାଗା ଠାରେ ନୂତନ ଧାନ ମଣ୍ଡି ଉଦ୍‌ଘାଟିତ ହୋଇଛି । ରବିବାର କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଆମପାଣି ପେକ୍ସ ସଭାପତି ବିରଞ୍ଚି ନାରାୟଣ ପଣ୍ଡା, ସ୍ଥାନୀୟ ନାରିନେତ୍ରୀ ତିଲୋତ୍ତମା ନାଏକ, ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁ, ପେକ୍ସ ସମ୍ପାଦକ ବିକାଶ ପଣ୍ଡା, ବଡ଼ ପୋଡ଼ାଗୁଡା ସରପଞ୍ଚ ପ୍ରତିନିଧି ଧର୍ମାନନ୍ଦ ନାଏକ, କୃଷକ ସମନ୍ୱୟ କମିଟିର ସଭାପତି ଟଙ୍କଧର ପୁଝାରି, ସମ୍ପାଦକ ହରିଶ୍ଚନ୍ଦ୍ର ନାଏକ, ଆର୍‌ଏମ୍‌ସି କର୍ମଚାରୀ ଓ ସ୍ଥାନୀୟ ଚାଷୀଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରାଯାଇଛି । ବଡ଼ ପୋଡ଼ାଗୁଡା ପଞ୍ଚାୟତର ଚାଷୀ ପୂର୍ବରୁ ଆମପାଣି ମଣ୍ଡିକୁ ଧାନ ବିକ୍ରି ପାଇଁ ନେଉଥିଲେ । ଏବେ ଚାଷୀଙ୍କ ଦୀର୍ଘ ଦିନର ମଣ୍ଡି ଦାବୀ ଆଜି ପୂରଣ ହୋଇଥିବାରୁ ସ୍ଥାନୀୟ ଚାଷୀ ଓ ଗ୍ରାମବାସୀ ଜନ ପ୍ରତିନିଧି ବ୍ଲକ ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି ।

nrusinghnath
Leave A Reply

Your email address will not be published.