csstore

ଜନକଲ୍ୟାଣ ସେବା ସମବାୟ ସମିତିର ଧାନମଣ୍ଡି ଉଦ୍‌ଘାଟନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଜନକଲ୍ୟାଣ ସେବା ସମବାୟ ସମିତି, ରେଙ୍ଗଳ ଠାରେ ଧାନମଣ୍ଡିର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ସମିତି ସଭାପତି ପ୍ରଭାଜର ବାରିକ, ସମ୍ପାଦକ ରବି ନାରାୟଣ ସାମନ୍ତରା, ପୂର୍ବତନ ସମିତି ସଭ୍ୟ ବିଭୁତି ଭୂଷଣ ସାମନ୍ତରାୟ, ପିଇଓ ନ୍ୟାୟବ୍ରତ ବେହେରା, ବାଉରୀ ବନ୍ଧୁ ଦାସ, ସଞ୍ଜୟ କୁମାର ଭୂୟାଁ, ବିନୋଦ କୁମାର ସ୍ୱାଇଁ, ଶତ୍ରୁଘ୍ନ ମହାପାତ୍ର ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଧାନମଣ୍ଡିର ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମିଲର ଓ ପଞ୍ଜିକୃତ ଚାଷୀମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଓଜନ ମାପ ଯନ୍ତ୍ରର ପୂଜାର୍ଚ୍ଚନା କରାଯାଇଥିଲା । ପଞ୍ଜିକୃତ ୮ଜଣ ଚାଷୀଙ୍କ ଠାରୁ ୨ଶହ ୬୦କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଥିବା ସୂଚନା ମିଳିଛି ।

jayashree
Leave A Reply

Your email address will not be published.