pakka

ଅଜଣା ଗାଡି ଧକ୍କାରେ ୨ ବାଇକ ଆରୋହୀ ଗୁରୁତର, ଘଟଣାସ୍ଥଳରୁ ଫେରାର ଡ୍ରାଇଭର

bbehera

ଜୁନାଗଡ଼ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ହାତୀନଦୀ ପୋଲ ନିକଟରେ ଅଜଣା ଚାରି ଚକିଆ ଗାଡି ଧକ୍କାରେ ୨ ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ସେମାନେ ହେଲେ ଜୁନାଗଡ଼ ଥାନା ମାଟିଗାଁର ଟିଣ୍ଟୁ ନାଏକ ଓ ଅନ୍ୟଜଣେ ହେଲେ ବଳଦିଆମାଲ ଗ୍ରାମର ଦୁର୍ଯ୍ୟଟି ମେହେର ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ପଥମେ ଜୁନାଗଡ଼ ଡାକ୍ତରଖାନା ଓ ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ଅନ୍ୟପଟେ ଦୁର୍ଘଟଣା ଘଟାଇ ଥିବା ଚାରିଚକିଆ ଯାନ ଘଟଣା ସ୍ଥଳରୁ ଫେରାର ମାରିଥିବା ବେଳେ ଜୁନାଗଡ଼ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

jay balangir
Leave A Reply

Your email address will not be published.

3 × 1 =

error: Content is protected !!