oum

କୁସମେଲ ଗାଁଠାରେ ୨ ବାଇକ ମୁହାଁମୁହିଁ ଧକ୍କା : ୨ ଗୁୁରୁତର

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର କୁସମେଲ ଗାଁଠାରେ ୨ ବାଇକ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ କୁସମେଲ ଗାଁରେ । ସୂଚନା ଅନୁସାରେ, ଆଜି ସକାଳୁ ରତାଖଣ୍ଡି ଗାଁର ରବୀନ୍ଦ୍ର ମାଝୀ ଓ ତାଙ୍କ ୮ ବର୍ଷର ପୁଅ ସୁବାସ ମାଝୀ କୌଣସି ଏକ କାମରେ ନିଜ ବାଇକରେ କୁଶଙ୍ଗ ଗ୍ରାମକୁ ଯାଇଥିଲେ । କାମ ସାରି ସେଠାରୁ ବାଇକରେ ଫେରୁଥିବା ସମୟରେ କୁଶଙ୍ଗ ଗାଁ ନିକଟରେ ରାସ୍ତାରେ ସାମ୍ନା ପଟୁ ଆସୁଥିବା ଏକ ବାଇକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଗୁରୁତର ଅବସ୍ଥାରେ ରବୀନ୍ଦ୍ର ମାଝୀ ଓ ପୁଅ ସୁବାସଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲର ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.