ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ : ୧ ମୃତ

କେନ୍ଦୁଝର : କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ରାଇସୁଆଁ ଜିଟି ପେଟ୍ରୋଲ ପମ୍ପ ନିକଟରେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ । ଫଳରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ମହାଦେଇଯୋଡା ପଞ୍ଚାୟତ ଟିକରପଡା ରଥମରାସାହିର କୃଷ୍ଣୁ ମୁଣ୍ତା(୫୮) ବୋଲି ଜଣାପଡ଼ିଛି ।

ଖବରପାଇ ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଉଭୟ ଦୁର୍ଘଟଣାଗ୍ରସ୍ତ ଗାଡି ଓ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ବିହାର ଅଞ୍ଚଳର ୧୪ ଚକିଆ ଟ୍ରକ ଚାଳକ ମହେନ୍ଦ୍ର ଯାଦବ(୭୫)ଙ୍କୁ ଗିରଫ କରିବା ପରେ ଆଜି କୋର୍ଟ ଚାଲାଣ କରିଛି ।
ସୂଚନାଯୋଗ୍ୟ, ଗୁରୁବାର ବାଇକରେ କୃଷ୍ଣୁ ଡିଜେଲ ଆଣିବାକୁ ଯାଉଥିଲେ । ସେହି ସମୟରେ ଜିଟି ପେଟ୍ରୋଲ ପମ୍ପ ନିକଟରେ ପଛପଟୁ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ କୃଷ୍ଣୁ ବାଇକ୍‌ ସହିତ ଟ୍ରକ ସାମ୍ନାରେ ଲାଖି ରହିଯାଇଥିଲେ । ଟ୍ରକ ଡ୍ରାଇଭର ଗାଡ଼ି ନ ଅଟକାଇ ଆଗକୁ ଚଳାଇଥିଲେ । ଟ୍ରକରେ ବାଇକ ସହିତ କୃଷ୍ଣୁଙ୍କୁ ପାଖାପାଖି ଦେଢ଼ କିଲୋମିଟର ରାସ୍ତା ଘୋଷାଡି ନେଇ ସଦର ଥାନା ନିକଟରେ ଗାଡ଼ି ଅଟକାଇଥିଲେ । ପୋଲିସ ମୃତଦେହ ଜବତ କରି କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି । ଏ ନେଇ ସଦର ଥାନାରେ (୪୪୦/୨୨)ଏକ ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.

three × four =