୧୦୦ ପ୍ରତିଶତ ବିଦ୍ୟୁତିକରଣ ମିଶନ ଦିଗରେ ଅଗ୍ରସର ଭାରତୀୟ ରେଳ

  • ଭାରତୀୟ ରେଳ ମୋଟ୍ ବ୍ରଡଗେଜ୍ ନେଟୱର୍କର ୮୨ ପ୍ରତିଶତ ବିଦ୍ୟୁତିକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିଛି
  • ଏପ୍ରିଲ୍- ଅକ୍ଟୋବର ୨୦୨୨ ମଧ୍ୟରେ ୧୨୨୩ ରୁଟ୍ କିଲୋମିଟର (ଆରକେଏମ୍) ର ବିଦ୍ୟୁତିକରଣ କରାଯାଇଛି
  • ବିଦ୍ୟୁତିକରଣର ପରିଣାମସ୍ବରୂପ ଇନ୍ଧନ ଶକ୍ତିର ଉନ୍ନତ ବ୍ୟବହାର

ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ରେଳ ନିଜର ସମ୍ପୂର୍ଣ୍ଣ ବ୍ରଡଗେଜ୍ ନେଟୱର୍କ ବିଦ୍ୟୁତିକରଣର ମହତ୍ତ୍ବାକାଂକ୍ଷୀ ଯୋଜନା ପ୍ରାରମ୍ଭ କରିଛି। ଏହି ଯୋଜନା ଦ୍ବାରା କେବଳ ଉନ୍ନତ ଇନ୍ଧନ ଶକ୍ତିର ଉପଯୋଗ ହେବ ନାହିଁ, ଯଦ୍ବାରା ଉତ୍ପାଦନ ବଢ଼ିବ ଏବଂ ଏହା ସହିତ ଇନ୍ଧନ ଖର୍ଚ୍ଚ ହ୍ରାସ ହେବ ଓ ମୂଲ୍ୟବାନ ବିଦେଶୀ ମୁଦ୍ରାର ସଞ୍ଚୟ ମଧ୍ୟ ହୋଇ ପାରିବ ।

ଆର୍ଥିକ ବର୍ଷ ୨୦୨୨-୨୩ ସମୟରେ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଭାରତୀୟ ରେଳ ୧୨୨୩ ରୁଟ କିଲୋମିଟର ର ବିଦ୍ୟୁତିକରଣର କାମ କରିସାରିଛି। ଆର୍ଥିକ ବର୍ଷ ୨୦୨୧-୨୨ର ଏହି ଅବଧି ମଧ୍ୟରେ ୮୯୫ ରୁଟ୍ କିଲୋମିଟରର ବିଦ୍ୟୁତିକରଣ ହୋଇଥିଲା। ଏହା ଗତ ବର୍ଷର ସମାନ ଅବଧିର ପରିସଂଖ୍ୟାନ ଠାରୁ ୩୬.୬୪ ପ୍ରତିଶତ ଅଧିକ ଅଟେ ।

ଏହା ମହତ୍ତ୍ବପୂର୍ଣ୍ଣ ଯେ ଭାରତୀୟ ରେଳର ଇତିହାସରେ ୨୦୨୧-୨୨ ସମୟରେ ୬୩୬୬ ରୁଟ୍ କିଲୋମିଟରର ରେକର୍ଡ଼ ବିଦ୍ୟୁତିକରଣ କରାଯାଇଛି। ଏହା ପୂର୍ବରୁ ୨୦୨୦-୨୧ ସମୟରେ ସବୁଠାରୁ ଅଧିକ ବିଦ୍ୟୁତିକରଣ ୬୦୧୫ ରୁଟ୍ କିଲୋମିଟରର ହୋଇଥିଲା ।

୩୧.୧୦.୨୦୨୨ ସୁଦ୍ଧା ଭାରତୀୟ ରେଳର ବ୍ରଡଗେଜ୍ ନେଟୱର୍କ ୬୫,୧୪୧ ରୁଟ୍ କିଲୋମିଟର (କେଆରସିଏଲ୍ ସହିତ) ମଧ୍ୟରୁ ୫୩,୪୭୦ ବ୍ରଡଗେଜ୍ ରୁଟ୍ କିଲୋମିଟରର ବିଦ୍ୟୁତିକରଣ କରାଯାଇଛି, ଯାହା ସମୁଦାୟ ବ୍ରଡଗେଜ୍ ନେଟୱର୍କର ୮୨.୦୮ ପ୍ରତିଶତ ଅଟେ ।

Leave A Reply

Your email address will not be published.

18 − seven =