ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ମୃତ

ଆସିକା: କୋଟିନଡ଼ା ଥାନା ଡିପ୍ଲଲ ସ୍କୁଲ ନିକଟରେ ମର୍ମଦୁନ୍ତ ଦୁର୍ଘଟଣା । ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ । ଟ୍ରକ୍ ଡ୍ରାଇଭର୍ ଅଟକ । ସୂଚନାନୁଯାୟୀ, କୋଟିନଡ଼ା ଥାନା ଅନ୍ତର୍ଗତ କେ. ନଚ୍ଛମନ ପଲ୍ଲୀର ପ୍ରଶାନ୍ତ କୁମାର ସ୍ୱାଇଁ (୨୩) ବ୍ରହ୍ମପୁରରୁ ବାଇକ୍‌ ଯୋଗେ ଘରକକୁ ଫେରୁଥିଲେ । ଏତିକି ବେଳେ ଡିପ୍ଲଲ ସ୍କୁଲ ନିକଟରେ ଥିବା ରୋଡ୍‌ ସେପ୍ଟି ବ୍ୟାରିକେଡ୍‌କୁ ଧକ୍କା ଦେଇ ପଡିଯାଇଥିଲେ । ଏହି ସମୟରେ ଖଡକପୁରୁ ଆସିକା ଅଭିମୁଖେ ଆସୁଥିବା ଏକ ଟ୍ରକ୍ ତାଙ୍କ ଉପରେ ଚଢି ଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ କୋଟିନଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଟ୍ରକ୍ ଡ୍ରାଇଭରଙ୍କୁ ଅଟକ ରଖିଛି । ଶବ ବ୍ୟବଚ୍ଛେଦ ପାଇଁ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି ।

Leave A Reply

Your email address will not be published.