pakka

ଆମପାଣି ଘାଟିରେ ବାଇକ୍‌କୁ ଧକ୍କା ଦେଲା ଟ୍ରକ : ୧ ଗୁରୁତର

bbehera

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଦେଇ ଯାଇଥିବା ଜାତୀୟ ରାଜପଥ ୨୬ ଆମପାଣି ଘାଟିର କୁସୁମଜୋର ବୁଲାଣିରେ ଆଜି ସକାଳୁ ଏକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଟ୍ରକ ଧକ୍କାରେ ବାଇକ ଚୁରମାର ହେବା ସହ ବାଇକ ଚାଳକ ଗୁରୁତର ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣା ପରେ ଟ୍ରକ ଛାଡି ଡ୍ରାଇଭର ଫେରାର ଥିବା ଜଣାପଡିଛି । ଦୁର୍ଘଟଣାରେ ଗୁରୁତର ଥିବା ଯୁବକ ଆମପାଣି ପଂଚାୟତ କନ୍ଦାଗଡ ଗାଁର ଫୁଲସିଙ୍ଗ ପୁଝାରି ବୋଲି ଜଣାପଡିଛି । ଗୁରୁତର ଯୁବକକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇବା ପରେ ଆମପାଣି ପୁଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।

jay balangir
Leave A Reply

Your email address will not be published.

fifteen − seven =

error: Content is protected !!