ଟ୍ରକ-ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ୨ ମୃତ

କୋରାପୁଟ : କୋରାପୁଟ-ଜୟପୁର ୨୬ ନଂ ଜାତୀୟ ରାଜପଥର କଫି ବୋର୍ଡ ନିକଟରେ ବାଇକ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୨ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକମାନେ ହେଲେ କୋରାପୁଟ ସଦର ମାଛରା ଗ୍ରାମର ମଦନ ଭୋଇ ଓ ଶିବୋ ଭୋଇ । ସୂଚନା ଅନୁସାରେ କୋରାପୁଟ ସହରରୁ ମାଛରା ଗ୍ରାମକୁ ବାଇକରେ ମଦନ ଓ ଶିବୋ ଫେରୁଥିଲେ । କୋରାପୁଟ-ଜୟପୁର ୨୬ ନଂ ଜାତୀୟ ରାଜପଥର କଫି ବୋର୍ଡ ନିକଟରେ ଏକ କାଠ ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ଉଦ୍ଧାର କରି କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କୋରାପୁଟ ଟାଉନ ଓ ସଦର ଥାନା ପୁଲିସ ପହଞ୍ଚି ବାଇକ ଓ ଟ୍ରକକୁ ଜବତ କରିଛି ।

Leave A Reply

Your email address will not be published.

15 + 5 =