pr

ଦେଶୀ ମଦ ଜବତ୍ ସହ ଜଣେ ଗିରଫ

dr. purohit

ସିନାପାଲି, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ତାବାହାଲି ପଞ୍ଚାୟତ ଗମ୍ଭାରୀଗୁଡା ଗ୍ରାମରେ ବେଆଇନ ଭାବେ ଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ସିନାପାଲି ଅବକାରୀ ବିଭାଗ ଚଢାଉ କରି ୧୫ ଲିଟର ଓଏସ୍ ଲିକର୍ (ଦେଶୀ ମଦ ପାଉଚ୍) ଜବତ୍ କରି ଜଣକୁ ଗିରଫ କରାଯାଇଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ହେଲେ ଗମ୍ଭାରୀଗୁଡା ଗ୍ରାମର ଉମାକାନ୍ତ ମେହେର (୪୪) ବୋଲି ଜଣାପଡିଛି । ସୂଚନାନୁସାରେ ସିନାପାଲି ଅବକାରୀ ବିଭାଗ ସବ୍ଇନ୍ସପେକ୍ଟର ଗଦାଧର ମହାରଣାଙ୍କ ନେତୃତ୍ୱରେ ଏକ ଟିମ ଗମ୍ଭାରୀଗୁଡା ଗ୍ରାମରେ ବେଆଇନ ଦେଶୀ ମଦ ବିକ୍ରି ହେଉଥିବା ବିଭିନ୍ନ କୋଠାମାନଙ୍କରେ ଚଢାଉ ଜାରି ରଖିଥିଲା ବେଳେ ବେଆଇନ ଦେଶୀ ମଦ ବିକ୍ରି କରୁଥିବା ଉମାକାନ୍ତ ମେହେରଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ଠାରୁ ୧୫ ଲିଟର ଓଏସ୍ ଲିକର୍ ଜବତ୍ କରାଯାଇଛି । ଏନେଇ ସିନାପାଲି ଅବକାରୀ ବିଭାଗ ତରଫରୁ କେସ୍ ନମ୍ୱର ୪୧/୨୧ ମାମଲା ରୁଜୁକରି କୋଟ୍ ଚାଲାଣ କରାଯାଇଥିବା ଶ୍ରୀ ମହାରଣା ପ୍ରକାଶ କରିଛନ୍ତି । ଏହି ଚଢାଉରେ ଶ୍ରୀ ମହାରଣା ସମେତ ଏଏସ୍‌ଆଇ ସରୋଜ୍ ଠେଲା, ପ୍ରୋହିତ ବନ୍ଦିଚୋର ଏବଂ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.