oom

ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ସିରୋଲରେ ସାମୁହିକ ଦୀପଦାନ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ବିଜୁ ଜନତା ଦଳ ତରଫରୁ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଏହି ବ୍ଲକ ସିରୋଲ ଗ୍ରାମରେ ଥିବା ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ଶନିବାର ସନ୍ଧ୍ୟା ୬ଘଣ୍ଟାରେ ଏକ ସାମୁହିକ ଦୀପ ପ୍ରଜ୍ୱଳନ କରାଯାଇଥିଲା ଏବଂ ତାଙ୍କର ଶୀଘ୍ର ଆରୋଗ୍ୟ ହୋଇ ଦୀର୍ଘାୟୁ ହୁଅନ୍ତୁ ବୋଲି ଶ୍ରୀ ଶ୍ରୀ ଜଗନ୍ନାଥଙ୍କଠାରେ ପ୍ରାର୍ଥନା କରାଯାଇଥିଲା । ପୂର୍ବତନ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନଙ୍କ ଆବାହକାତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ସମୁହ ଦୀପଦାନ ଓ ଆଶୁ ଆରୋଗ୍ୟ କାମନା ସଭାରେ ସମ୍ମିଳିତ ହୋଇଥିବା ଅନ୍ୟତମ ସଦସ୍ୟ ମାନଙ୍କ ମଧ୍ୟରେ ସିରୋଲ ସରପଞ୍ଚ ପ୍ରତିନିଧି ଲମ୍ବୋଦର ବଗର୍ତ୍ତୀ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଧନଞ୍ଜୟ ମହାନନ୍ଦ, ପୂର୍ବତନ ସରପଞ୍ଚ ଡୁଲମଣି ବାଗ, ପୂର୍ବତନ ସରପଞ୍ଚ ଅଗସ୍ତି ବାଗ, ବରିଷ୍ଠ ବିଜେଡି ନେତା ସବ୍ୟସାଚୀ ବେହେରା, ଲୋକନାଥ ସାହୁ, ଲଳିତ ମହାନ୍ତି, ଚଉରାଶି ସୁନା, ଭେଷ ପାଣିଗ୍ରାହୀ, ପୂର୍ଣ୍ଣ ସାହୁ, ପଦ୍ମନ ଘିଭେଳା, ଦେବେର ପୋଡ଼, ଶରତ ପୁଟେଲ, ତୁଷାର ବାଗ, ଚନ୍ଦ୍ର ବାଗ, ରୋହିତ ଟାକ୍ରୀ, ବରୁଣ ଲୁହା, ଖିରଧର ଧରୁଆ, ଗୋବର୍ଦ୍ଧନ ଭରାସାଗର, ପୂର୍ଣ୍ଣ ପୋଡ଼, ଉତ୍ତମ ବଗର୍ତ୍ତୀ, ମୋହନ ହାତୀ, ଗଜପତି ହାତୀ, ଛବି ବଗର୍ତ୍ତୀ, ସିଦ୍ଧେଶ୍ୱର ହାତୀ, ଉମା ହାତୀ, ମିଥୁନ ବଗର୍ତ୍ତୀ, ବେଣୁଧର ନାଗ, ପୁଲସ୍ତି ବେହେରାଙ୍କ ସହ ଶତାଧିକ ଅଞ୍ଚଳବାସୀ ଯୋଗଦାନ କରି ଶ୍ରୀ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ।

jittmm
Leave A Reply

Your email address will not be published.