csstore

ଘୁଷୁରାମୁଣ୍ଡାରେ ମୁରିବାହାଲ ଡ଼ିଗ୍ରୀ କଲେଜ ପକ୍ଷରୁ ସ୍ୱତନ୍ତ୍ର ଜାତୀୟ ସେବା ଶିବିର ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଆନୁକୂଲ୍ୟରେ ପୋଷ୍ୟ ଗ୍ରାମ ଘୁଶୁରାମୁଣ୍ଡାରେ ସ୍ୱତନ୍ତ୍ର ଜାତୀୟ ସେବା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀମାନେ ପୋଷ୍ୟ ଗ୍ରାମ ଘୁଷୁରାମୁଣ୍ଡା ଗ୍ରାମକୁ ଯାଇ ଏକ ବିରାଟ ଶୋଭାଯାତ୍ରା କରି “ମାଁ ନାମରେ ଗଛଟିଏ” ନାମରେ ଏକ ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇଥିଲେ । ଏହାପରେ ଗ୍ରାମର ପ୍ରତ୍ୟେକଙ୍କ ବାଡ଼ିପଟେ ବିଭିନ୍ନ ଫଳଗଛମାନ ରୋପଣ କରିଥିଲେ । ଏହାଦ୍ୱାରା ଗ୍ରାମର ଲୋକମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରୋଗ୍ରାମ ଅଫିସର ତଥା ଅଧ୍ୟାପକ ଛନ୍ଦାଚରଣ ଖୁଣ୍ଟିଆଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ସରୋଜ କୁମାର ନାୟକ, ବରିଷ୍ଠ ଅଧ୍ୟାପକ ଦିଲୀପ କୁମାର ପଶାୟତ, ଗୁଣସାଗର ମେହେର, ପୂର୍ଣଚନ୍ଦ୍ର ପଧାନ, ସୋମେଶ ଦତ୍ତ ହୋତା, ଘନଶ୍ୟାମ ଖମାରୀ, ଭ୍ରୀଙ୍ଗରାଜ ରଣା, ଫାଲଗୁନି ଦାସ, ଅଧ୍ୟାପିକା ମୀରାବାଇ ଗଡତ୍ୟା, ସରିତା ରଣା, ଯଶୋସ୍ମିତା ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେଃ ଏହି କାର୍ଯ୍ୟକ୍ରମରେ ସମସ୍ତ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.