centurian jitm

ଶ୍ୟାମା ଜ୍ୟୋତି ମହୋତ୍ସବର ତୃତୀୟ ସନ୍ଧ୍ୟା ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ଶ୍ୟାମା ଜ୍ୟୋତି ମହୋତ୍ସବ ତୃତୀୟ ରଜନୀରେ ଜଳନ୍ଦର ଦରବାରରେ ଇନ୍ଦ୍ରପୁରୀ ଆକ୍ରମଣ, ଯମକୁ ବନ୍ଧନ ଦୃଶ୍ୟ ପରିବେଷିତ ହୋଇଯାଇଛି । ମକରନ୍ଦ ସାହୁ ନୃତ୍ୟ ପରିବେଷଣ କରିଥିଲେ । ବରଗଡ଼ ନିଷ୍ଠା ପରିବାର ତଥା କାଳୀ ପୂଜା କମିଟି ତରଫରୁ ସ୍ବେଛାକୃତ ରକ୍ତଦାନ କେନ୍ଦ୍ର କରାଯାଇ ଏକଶହ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ଅବସରରେ ନିଷ୍ଠା ସମାଜସେବୀ ପରିବାର ବରଗଡ଼ଙ୍କୁ ସମ୍ମାନିତ କରାଯାଇଥିଲା । ଅତିଥି ଭାବରେ ପ୍ରେମାନନ୍ଦ ବାରିକ, ରାଜକୁମାର ବେହେରା, ସଂଜୀବ ସାହୁ, ଟଙ୍କଧର ମେହେର, ଦେବରାଜ ଡନସେନା, ମୋହନ ମେହେର, ଛତ୍ରପତି ରଣା ମଂଚାସୀନ ଥିଲେ । ରାଜ୍ୟ ସଂସ୍କୃତି ବିଭାଗ ପ୍ରାୟୋଜିତ କଟକର ଓଡିଶୀ ମଣ୍ଡଳୀଙ୍କ ଓଡିଶୀ ନୃତ୍ୟ, ରାଜସ୍ଥାନୀ ନୃତ୍ୟ ଓ ସୁର ସଙ୍ଗମ କଳା ପରିଷଦ ବରିକେଲ କଳାକାରଙ୍କ ଲୋକନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା । ନାଟ୍ୟକାର ରାଜକୁମାର ସାହୁ ଓ ଶିକ୍ଷାବିତ ଗୋବର୍ଦ୍ଧନ ବରିହା ସାଂସ୍କୃତିକ ପରିଚାଳନା କରିଥିବା ବେଳେ ବିବେକା ବେହେରା, ଛାୟା ମେହେର, ପୁରୁଷୋତ୍ତମ ବରିହା, ସଂଜୀବ ମେହେର, ପବିତ୍ର ମେହେର, ଉମେଶ ଅଗ୍ରୱାଲ, ବିଜେଶ୍ୱର ମେହେର, ଛତ୍ରପତି ରଣା, ଚିତ୍ରସେନ ବେହେରା, ରାଜୀବ ମେହେର, ଭରତ ମେହେର, ଆଜାଦ ଦାଶ, ସୁଶାନ୍ତ ବେହେରା, ରାଜୀବ ଦାଶ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.