csstore

ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଭିକମପାଲି ଶାଖାରୁ ଡକାୟତି

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲୀ ଥାନା ଅନ୍ତର୍ଗତ ଭିକମପାଲି ଚିଖିଲାପଲି ଛକରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ସୋମବାର ଡକାୟତି ହୋଇଛି । ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଭୟଭୀତ କରାଇ ଲୁଟ କରିଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । କେତେ ଟଙ୍କା ଲୁଟ ହୋଇଛି ଜଣାପଡି ନାହିଁ । ସୋମବାର ମଧ୍ୟାହ୍ନରେ ଏକ ବାଇକ ଯୋଗେ ୩ ଜଣ ଦୁର୍ବୃତ୍ତ ବ୍ୟାଙ୍କ ନିକଟକୁ ଆସିଥିଲେ । ପରେ ହେଲମେଟ ପିନ୍ଧି ବ୍ୟାଙ୍କ ଭିତରକୁ ପଶିଥିଲେ । ଡ଼କାୟତମାନେ ବ୍ୟାଙ୍କ ମ୍ୟାନେଜର ଓ ଅନ୍ୟ କର୍ମଚାରୀମାନଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି ଟଙ୍କା ଧରି ଚମ୍ପଟ ମାରିଥିଲେ । କିନ୍ତୁ ବ୍ୟାଙ୍କରୁ କେତେ ଟଙ୍କା ଚୋରି କରିବାରେ ସଫଳ ହୋଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ । ବ୍ରଜରାଜନଗର ଏସଡିପିଓ ଚିନ୍ତାମଣି ପଧାନ, ରେଙ୍ଗାଲି ଥାନା ଭାରପ୍ରାପ୍ତ ଅଧିକାରୀ ସମରେନ୍ଦ୍ର ନାୟକ, ବ୍ରଜରାଜନଗର ଥାନା ଅଧିକାରୀ ଧବଳେଶ୍ୱର ସାହୁ, ବେଳପାହାଡ଼ ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ମେହେର ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ବ୍ୟାଙ୍କରେ ଲାଗିଥିବା ସିସିଟିଭି ଯାଞ୍ଚ କରିବା ସହ ବିଭିନ୍ନ ଦିଗରେ ତଦନ୍ତ ଜାରି ରଖିଛନ୍ତି । ଡକାୟତି କରିବା ପରେ ଦୁର୍ବୃତ୍ତମାନେ ଛତିଶଗଡ଼ ସୀମାନ୍ତ ଦେଇ ଫେରାର ହୋଇଥିବା ପୁଲିସ ଅନୁମାନ କରୁଛି । ଛତିଶଗଡକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ କରି ପୁଲିସ ତଦନ୍ତ କରୁଛି ।

jayashree
Leave A Reply

Your email address will not be published.