csstore

ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଦହିପାଣି ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଦହିପାଣି ବଣ୍ଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିରରେ ଖରା ଓ ନିର୍ଵାଚନ ତାତି ବଢିବାକୁ ଲାଗିଥିବା ବେଳେ ଏ ପରିପ୍ରେକ୍ଷୀରେ ସେବା କାମରେ ଲାଗି ପଡିଲେଣି ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ । ଆଜି ବଲାଙ୍ଗିରର ସ୍ଥାନୀୟ ସରକାରୀ ବସ୍‌ ଷ୍ଟାଣ୍ଡ ପାଖରେ ଥିବା ଫଳ ମାର୍କେଟ ଠାରେ ସକାଳୁ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ସଦସ୍ୟ ମାନଂକ ଦ୍ୱାରା ଦହିପାଣି ବଣ୍ଟନ କାର୍ୟ୍ୟକ୍ରମ କରାଯାଇଥିଲା । ଏଥିର ବହୁତ ଲୋକେ ଦହିପାଣି ପିଇ ଖୁସି ହୋଇ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନକୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ସନ୍ତୋଷ ପଟ୍ଟନାୟକ, ଗୋବିନ୍ଦ ଶତପଥୀ, ସନ୍ଦୀପ ବାଗ, ସଞ୍ଜୟ ସାହୁ, ବରଡା ମିଶ୍ର, ବଣ୍ଡୁ ବଗର୍ତ୍ତି, ଲିଂକନ ସେଠ, ପ୍ରୀତମ କଲତା, ରବୀନ୍ଦ୍ର ପ୍ରଧାନ, ମୁନେଶ କର୍ମୀ, ଶମ୍ଭୁ ଜେନା, ଆନନ୍ଦ ମେହେର, ବିନୟ ତନ୍ତୀ, ଜୟଦେବ ଯାଦବ, ରାଜେନ୍ଦ୍ର ସେଠ, ବିକ୍ରମ ମହାରନା, ଶ୍ୱେତା ପାଣିଗ୍ରାହୀ, ଟୁଲୁ ସାହୁ, ବବିନ ବରାଡ, ରାଜୀବ ପରମାନିକ, ସହଦେବ ନାଗ ତଥା ଅନ୍ୟମାନେ ଯୋଗଦାନ କରିଥିଲେ ।

jayashree
Leave A Reply

Your email address will not be published.