csstore

ଖପ୍ରାଖୋଲ ପୋଲିସ ଦ୍ୱାରା ୩ ଶିଶୁ ସମେତ ୬ଜଣ ଦାଦନ ଶ୍ରମିକ ଉଦ୍ଧାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : କିଛି ଦିନର ନୀରବତା ପରେ ପୁଣି ଖପ୍ରାଖୋଲ ପୋଲିସ ଦ୍ୱାରା ବୁଧବାର ୩ ଶିଶୁ ସମେତ ୬ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଥିବା ଜଣାପଡିଛି । ଉଦ୍ଧାର ଶ୍ରମିକ ମାନେ ଖପ୍ରାଖୋଲ ଥାନା ଗମ୍ଭାରୀ ଗାଁର ବୋଲି ଜଣାପଡିଛି । ସୂଚନା ଅନୁସାରେ ଖପ୍ରାଖୋଲ ପୋଲିସ୍ ଟିମରୁ ଏଏସ୍‌ଆଇ ନବୀନ ଭୋଇ, ବି. ପଧାନ, କନେଷ୍ଟବଳ ସଞ୍ଜୀବ ସାହୁ, ଏମ୍‌. ଭତ୍ରା ଏବଂ ବି. ଗଦାବ ବୁଧବାର ସକାଳ ୫.୩୦ରେ ପେଟ୍ରୋଲିଙ୍ଗ କଲା ସମୟରେ ଗମ୍ଭାରୀ ଗ୍ରାମ ନିକଟରୁ ଏକ ବୋଲେରୋ ଗାଡି ନଂ ଓଡି୧୭କେ – ୨୫୪୨ ଗାଡିରେ ୩ ଜଣ ଶିଶୁ ସମେତ ୬ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ । ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରି ଖପ୍ରାଖୋଲ ଥାନାକୁ ଅଣାଯାଇଥିବା ବେଳେ ସେମାନଙ୍କୁ ପଚରାଉଚରା ପରେ ସେମାନଙ୍କୁ ଖପ୍ରାଖୋଲ ଥାନା ଦେର୍ଦରୋ ଗ୍ରାମର ଦାଦନ ସର୍ଦାର ବରୁଣ ସୁନା(୨୭) ଏବଂବୋଲେରୋ ଡ୍ରାଇଭର ଗୌତମ ସାହୁ(୪୦) ସେମାନଙ୍କୁ ପ୍ରଥମେ ବଲାଙ୍ଗିର ଓ ପରେ ତାମିଲନାଡୁ ରାଜ୍ୟ ମାଡ୍ରାସ ସହର ଅନ୍ତର୍ଗତ ହାତୀପେଟ ଅଞ୍ଚଳକୁ ଇଟାଭାଟିରେ କାମ କରାଇବା ପାଇଁ ବେଆଇନ ଭାବେ ଚାଲାଣ କରୁଥିବା ଜଣାଯାଇଛି । ବେଆଇନ ଦାଦନ ଚାଲାଣ କରୁଥିବା ନେଇ ଖପ୍ରାଖୋଲ ଥାନା କେସ୍‌ ନଂ ୮/୨୦୨୫ରେ ଭାରତୀୟ ପେନାଲ କୋର୍ଡର ବିଭିନ୍ନ ଏକ୍ଟ ଅନୁଯାୟୀ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ସମସ୍ତ ଶ୍ରମିକଙ୍କୁ ନିଜ ନିଜ ଘରକୁ ପଠାଇ ଦେଇଥିବା ବେଳେ କେସ୍‌କୁ ନେଇ ଅଧିକ ତଦନ୍ତ ଚାଲିଥିବା ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.