csstore

ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତିବାଦରେ ଉତ୍କଳ ବିକାଶ ପରିଷଦ ପକ୍ଷରୁ ଦାବୀପତ୍ର ପ୍ରଦାନ

କଟକ, (ଚକ୍ରବର୍ତ୍ତୀ ଓତା) : ରାଜ୍ୟରେ ବର୍ଦ୍ଧିତ ବିଦ୍ୟୁତ ଦର ୟୁନିଟ ପିଛା ୩୦ ପଇସା ଲାଗୁ ହେବାର ପ୍ରତିବାଦରେ ଏକ ଦାବୀପତ୍ର କଟକ ସଦର କନ୍ଦରପୁର ବିଦ୍ୟୁତ କାର୍ୟ୍ୟାଳୟରେ ନିର୍ବାହୀ ଯନ୍ତ୍ରୀ ତୁଳସୀ ଚରଣ ଦାସଙ୍କୁ ଭେଟି ବିଦ୍ୟୁତ ବିଭାଗ ଉପ ମଣ୍ଡଳ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ” ପକ୍ଷରୁ କାର୍ୟ୍ୟକର୍ତା ସମାଜସେବୀ ପୀୟୂଷ ରଂଜନ ପରିଡା, ଚକ୍ରବର୍ତ୍ତୀ ଓତା, ଲଷ୍ମୀଧର ଜେନା, ସନ୍ତୋଷ ଭୋଇ, ନିରଞ୍ଜନ ରାଉଳ, ଓମପ୍ରକାଶ ପରିଡ଼ା, ନୃସିଂହ ଚରଣ ସାହୁ, ସଂଜୟ ସାହୁ, ସିଦ୍ଧାନ୍ତ ଭୋଇ ପ୍ରମୁଖ ଉପସ୍ଥିତରହି ପ୍ରଦାନ କରିଛନ୍ତି । ପରିଷଦର ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ତାଙ୍କ ବାର୍ତାରେ ଏହାଏକ ଦୁର୍ଭାଗ୍ୟଜନକ ତଥା ନିନ୍ଦନୀୟ ଘଟଣା କରୋନା ମହାମାରୀ ସମୟରେ ଏହା ରାଜ୍ୟବାସୀଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ବୋଲି ମତବ୍ୟକ୍ତ କରିବାସହ ଏହି ବର୍ଦ୍ଧିତ ବିଦ୍ୟୁତ ଦେୟ ପ୍ରତ୍ୟାହାର କରିବାକୁ ପୂର୍ଣଦାବୀ କରିଛନ୍ତି ।

jayashree
Leave A Reply

Your email address will not be published.