
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ଶ୍ରମିକ ଓ କୃଷକଙ୍କ ବିଭିନ୍ନ ସମସ୍ୟାକୁ ନେଇ ଏଆଇଟିୟୁସି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା କମିଟି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏହି ଦାବିପତ୍ର ଦିଆଯାଇଛି । ଶ୍ରମିକଙ୍କ ସ୍ୱାର୍ଥରେ ଶ୍ରମ କୋଡ୍କୁ ପୁନର୍ବହାଳ କରିବା, ନ୍ୟୁନତମ ମଜୁରୀ ବୃଦ୍ଧି, ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ଓ ନିଯୁକ୍ତି ସୁଯୋଗ ଦେବାକୁ ଦାବି ହୋଇଛି । ଏଥିସହ ମନରେଗାରେ ୨୦୦ ଦିନର କାମ ଓ ଦୈନିକ ୭୦୦ ଟଙ୍କା ମଜୁରୀ ପ୍ରଦାନ, ଚାଷୀଙ୍କ ଉତ୍ପାଦର ଉଚିତ ମୂଲ୍ୟ, ସାର୍ବଜନୀନ ପେନସନ୍ ଏବଂ ସରକାରୀ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁଦୃଢ଼ କରିବାକୁ ଦାବି ରହିଛି ।