
ଟିଟିଲାଗଡ ଉପଜିଲ୍ଲାପାଳଙ୍କୁ ଡିସିଡିଏ ବଲାଙ୍ଗିର ତରଫରୁ ଏକ ଦିନିଆ ଦେଶବ୍ୟାପୀ ଔଷଧ ଦୋକାନ ବନ୍ଦ ସମ୍ବନ୍ଧୀୟ ଦାବିପତ୍ର ପ୍ରଦାନ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆସନ୍ତା ୨୦ ତାରିଖ ଦିନ ଦେଶବ୍ୟାପୀ ଏକ ଦିବସୀୟ ଔଷଧ ଦୋକାନ ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି । ଏ ନେଇ ଏକ ସ୍ମାରକପତ୍ର ଟିଟିଲାଗଡ ଉପ ଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟଙ୍କୁ ଭେଟି ପ୍ରଦାନ କରଯାଇଛି । ସେହି ଦାବିପତ୍ରରେ ନିମ୍ନଲିଖିତ ମୁଖ୍ୟ ସମସ୍ୟାଗୁଡ଼ିକୁ ଉଲ୍ଲେଖ କରାଯାଇଥିଲା : ଇ-ଫାର୍ମାସିର ଅବୈଧ ପରିଚାଳନା, ବଡ଼ କର୍ପୋରେଟ୍ ସଂସ୍ଥାମାନଙ୍କ ଦ୍ୱାରା ଶୋଷଣମୂଳକ ମୂଲ୍ୟ ନୀତି, ଜିଏସ୍ଆର ୮୧୭(ଇ) ଏବଂ ଜିଏସ୍ଆର ୨୨୦(ଇ) ନୋଟିଫିକେସନ୍ ପ୍ରତ୍ୟାହାର, କେମିଷ୍ଟମାନଙ୍କ ଜୀବିକା ଏବଂ ସାର୍ବଜନୀନ ସ୍ୱାସ୍ଥ୍ୟର ସୁରକ୍ଷା। ତେଣୁ ଏ ନେଇ ସମସ୍ତ ସଦସ୍ୟଙ୍କୁ ମେ ୨୦ ତାରିଖରେ ହେବାକୁ ଥିବା ବନ୍ଦକୁ ସମର୍ଥନ କରିବା ପାଇଁ ଡିସିଡିଏ, ବଲାଙ୍ଗିର ତରଫରୁ ଅନୁରୋଧ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନର କାର୍ଯ୍ୟକାରିଣୀ ସଦସ୍ୟ ଇଶ୍ୱର ଚନ୍ଦ୍ର ଜୈନ, ଅଙ୍କିତ ଲାଠ ଏବଂ ସଦସ୍ୟ ଭୂପେନ ଜୈନ ଉପସ୍ଥିତ ଥିଲେ । ତେବେ ୨୦ ତାରିଖ ଦିନ କେବଳ ଡାକ୍ତରଖାନା ପରିସରରେ ଥିବା ଔଷଧ ଦୋକାନ ଖୋଲା ରହିବ ଏବଂ କ୍ୟାମ୍ପସ ବାହାରେ ଥିବା ସବୁ ଔଷଧ ଦୋକାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।